ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ


କଣ୍ଟାବାଞ୍ଜି,୧୧/୧୧ – ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଶିକ୍ଷକ ଭୀମସେନ ପଣ୍ଡା, ଥମିର ଛତ୍ରିଆ, ଶିକ୍ଷୟତ୍ରୀ ଦେବକୀ ତାଣ୍ଡି ଅତିଥି ଭାବରେ ଯୋଗଦାନ ଦେଇ ଜାତୀୟ ଶିକ୍ଷା ଦିବସ ଉପରେ ଆଲୋକପାତ କରିଥିଲେ।ବର୍ତ୍ତମାନ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥା କୁ ବିପର୍ଯ୍ୟସ୍ତ କରିଥିବା ବେଳେ ଜାତୀୟ ଶିକ୍ଷା ପଦ୍ଧତି ଉପରେ ମାନସ ମନ୍ଥନ କରିଥିଲେ।ଲୋକଙ୍କ ମନରେ କିପରି ଶିକ୍ଷା ଉପରେ ଆଗ୍ରହ ବୃଦ୍ଧି ପାଇବ ତାରି ଉପରେ ମଧ୍ୟବିଚାର ବିମର୍ଷ କରାଯାଇଥିଲା।ସଭାରେ ଉପସ୍ଥିତ ପରିଚାଳନା କମିଟିର ସଭ୍ୟା ଅଗସ୍ତି ମାଝୀ, ଛିନେ ମାଝୀ ଆଦି ଏକମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ହ୍ୱଟସଆପଗୃପରେ ପ୍ରେରଣ କରାଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ଘରେ ରହି ଏହି ଦିବସର ମହତ୍ତ୍ୱ କୁ ହୃଦୟଙ୍ଗମ କରିପାରିବେ।ପରିଶେଷରେ ଦେବକୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment