ବୌଦ୍ଧ : ଜିଲ୍ଲାରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଲେ ଜିଲ୍ଲାପାଳ

ବୌଦ୍ଧ,୬/୧ – 2020 ମସିହା ମାର୍ଚ୍ଚ 16 ତାରିଖରୁ ଜିଲ୍ଲାର ବନ୍ଦ ଥିବା ମନ୍ଦିର, ମସଜିଦ ଓ ଗିର୍ଜା ଗୁଡିକ ଖୋଲିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁମତି ଦେଇଛନ୍ତି l କୋଭିଡ୍ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲିବା ସହ ଏକକାଳୀନ 50 ଜଣରୁ ଅଧିକ ଲୋକଙ୍କ ସମାଗମ ଯେମିତି ଧର୍ମାନୁଷ୍ଠାନ ମଧ୍ୟରେ ନ ହୁଏ ତାହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି / ଟ୍ରଷ୍ଟ /ସେବାୟତ ମାନେ ସୁନିଶ୍ଚିତ କରିବେ ଓ ଖିଲାପ କଲେ ସେମାନେ ଦାୟୀ ରହିବେ l ଦର୍ଶନାର୍ଥୀ ମାନେ ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ 6 ଫୁଟ୍ ଦୁରତା ରଖିବା ବାଧ୍ୟତାମୂଳକ କରାଯାଇଛି | ଧର୍ମାନୁଷ୍ଠାନ ପରିସରରେ ଛେପ ପକାଇବା, ପାନ ଓ ଗୁଟଖା ଖାଇବା ମନା l କୌଣସି ମୂର୍ତ୍ତୀ ଓ ଧାର୍ମିକ ପୋଥିକୁ ହାତରେ ଛୁଇଁବା ଉପରେ କଟକଣା ରଖା ଯାଇଛି | ମନ୍ଦିର ପରିସରରେ ପ୍ରସାଦ ରନ୍ଧନ ଓ ଭକ୍ଷଣକୁ ବାରଣ କରାଯାଇଛି | ଥଣ୍ଡା ସର୍ଦ୍ଦି ଆଦି ରୋଗୀଙ୍କ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ ରହିଛି | ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେବା ପରେ ଜିଲ୍ଲାପାଳଙ୍କ ଆଦେଶକୁ ବୌଦ୍ଧ ଜିଲ୍ଲା ମଠ ଓ ମନ୍ଦିର ସୁରକ୍ଷା ସମିତି ଓ ସେବାୟତ ମାନଙ୍କ ତରଫରୁ ସ୍ବାଗତ କରାଯିବା ସହ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଯାଇଛି ।

Comments (0)
Add Comment