କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ,୧୪/୨ – ବଉଦ ବ୍ଲକ୍ ମୁର୍ଶୁଣ୍ଢ1 ଗ୍ରାମର ଜଣେ ବିକ୍ରମ ପାଣ୍ଡେ( 19 ) ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ଗତକାଲି ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିବା ପରେ ଆଜି ତାଙ୍କ ମୃତଦେହ ଗାଆଁରେ ପହଞ୍ଚିଥିଲା l ପରିବାର ଓ ଗ୍ରାମବାସୀ ସହାୟତା ଦାବୀରେ ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରୁ ମୁର୍ଶୁଣ୍ଢ1 ନିକଟରେ ଜାତୀୟ ରାଜପଥ ନମ୍ବର 57 କୁ ମୃତଦେହ ରଖି ଅବରୋଧ କରିଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଗତ 9 ତାରିଖ ଦିନ ଜାତୀୟ ରାଜପଥ ନମ୍ବର 57ର ମୁର୍ଶୁଣ୍ଢ1 ଗ୍ରାମ ନିକଟରେ ଥିବା କବାଡି ଖାନାରେ କାମ କରୁଥିବା 3 ଜଣ ଯୁବକ ରାସ୍ତା ପାର୍ଶ୍ବରେ ଚାଲି ଚାଲି ଆସୁଥିଲେ l ସମାନ ଦିଗରୁ ଆସୁଥିବା ଏକ ଟାଟା ଏସିଇ ଗାଡି ତାଙ୍କୁ ପଛ ପାଖରୁ ଧକ୍କା ଦେଇ ଥିଲା ଫଳରେ 2 ଜଣ ଯୁବକ ଗୁରୁତର ଆହତ ହୋଇଥିଲେ | ପ୍ରଥମେ ତାଙ୍କୁ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା l ଗତକାଲି ବିକ୍ରମ ପାଣ୍ଡେ (19) ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସରୋଜ ରାଉତ (36) ଚିକିତ୍ସାଧିନ ଥିବା ଜଣାପଡିଛି l ଆଜି ମୃତକଙ୍କ ଶବ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ହେତୁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି l ବୌଦ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରୁଥିବା ସୁଚନା ମିଳିଛି l

Comments (0)
Add Comment