ପି. ବି. ଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବୌଦ୍ଧ,୧୧/୧- ବୌଦ୍ଧ ଜିଲ୍ଲାରେ ଗରୀବ ଲୋକଙ୍କୁ ମିଳୁଥିବା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆଜି ପ୍ରାଉଟିଷ୍ଟ ବ୍ଲକ୍ ଇଣ୍ଡିଆ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଓ ଗଣ ଧାରଣା ଦିଆଯାଇଥିଲା | ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ଅନେକ ଘର ହଡ଼ପ ହେବା, କାହାର ଘର ଚୋରୀ ହେବା, ଅନ୍ୟ ଜମା ଖାତାକୁ ଟଂକା ଯିବା, ହିତାଧିକାରୀଙ୍କ ମନରେଗା ଶ୍ରମିକଙ୍କ ଟଂକା ମୃତ ଲୋକଙ୍କ ନାମରେ ହଡ଼ପ ହେବା, ବୋନସ ଟଂକା ଅନ୍ୟ ଖାତାକୁ ପଠାଇବା ଆଦି ଦୁର୍ନୀତିର ପ୍ରତିବାଦ କରାଯାଇଥିଲା | ଏସ.ଇ.ସି.ସି. ତାଲିକା ଭୁକ୍ତ ହିତାଧିକାରୀଙ୍କ ତାଲିକାକୁ ବାଦ ଦେଇ ନଥିବା ଲୋକଙ୍କୁ ଘର ଦେବା ଭଳି ଦୁର୍ନୀତି କୁ ପି.ବି.ଆଇ. କର୍ମୀମାନେ ପ୍ରତିବାଦ କରିବା ସହ ଏ ସମ୍ପର୍କରେ ତୁରନ୍ତ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବାକୁ ଦାବୀ କରିଥିଲେ | ଆଜି ସକାଳ 10 ଘଣ୍ଟା ସମୟ ଠାରୁ ଅପରାନ୍ହ 5 ଘଣ୍ଟା ପର୍ଯ୍ୟନ୍ତ କର୍ମୀମାନେ ଧାରଣାରେ ବସି ରହିଥିଲେ l କେଦାର ନାଥ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଅନଶନ ଓ ଗଣ ଧାରଣା କାର୍ଯ୍ୟକ୍ରମରେ ଶ୍ରୀ ଧର ଘିବେଲା, ଚମ୍ପେଶ୍ୱର ଦନ୍ତା, ଧରଣୀଧର ଲଉରିଆ, ଅରୁଣ କୁମାର୍ ପ୍ରଧାନ, ରାମଚନ୍ଦ୍ର ଦୀପ, ଜୋଗୀନ୍ଦ୍ର କନ୍ହର, କୌଶିକ ଜଟି, ସନ୍ତୋଷ କୁମାର ସାହୁ, ଆଦିତ୍ୟ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ଥିଲେ l

Comments (0)
Add Comment