ହରଭଙ୍ଗା,୪/୪- ବାରମ୍ବାର ଅଭିଯୋଗ, ହେଉଥିଲେ ବି ଅସଜଡ଼ା ହୋଇ ଲୋକଙ୍କୁ ମରଣ ଆଡକୁ ଟାଣିଆଣୁଛି ୧୧ କେଭି ଇଲେକଟ୍ରିକ ତାର |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ଖଜୁରିଆ ଗ୍ରାମ ଦେଇଯାଇଥିବା ଏହି ଜୀବନ୍ତ ତାର ଜଣେ ଲୋକ ହାତରେ ଛୁଇଁଲେ ଛୁଇଁ ହେବ କିନ୍ତୁ ଏହାକୁ ସଜାଡ଼ିବା ପାଇଁ ଇଲେକଟ୍ରିକ କାର୍ଯ୍ୟବାହି ସଂସ୍ଥାର ଦୃଷ୍ଟି ପଡୁନି | ଏପଟେ ଖରାଦିନ ଝାଂଜି ପବନରେ ଆହୁରି ଦୋହଲି ତଳକୁ ଖସି ପଡୁଛି ଏହି ତାର | ହରଭଙ୍ଗା ବ୍ଲକରେ ଯେମିତି ଇଲେକଟ୍ରିକ ବକେୟା ପଇସାକୁ ଆଦାୟ କରାଯାଉଛି ନଦେଲେ କନେକସନ କଟାଯାଉଛି ସେହିଭଳି ଲୋକଙ୍କୁ ସେବା ଯୋଗାଇଦେବାକୁ ଇଲେକ୍ଟ୍ରି ସଂସ୍ଥା ଆଗଭର ହେବ ଦରକାର | ସେହିଭଳି ଗତକାଲି ସନ୍ଧ୍ୟା ୫ ରୁ ଆଜି ଦିନ ୧୨ ଟା ପର୍ଯ୍ୟନ୍ତ ଦୀର୍ଘ ୧୮ ଘଣ୍ଟାଧରି ରାମଗଡ଼ ପଂଚାୟତରେ ବିଜୁଳିସେବା ବ୍ୟାହତ ଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି ।