ଆମ୍ବୁଲାନସ୍ ନିକଟକୁ ଚାଲି ଚାଲି ଆସିଲେ ରୋଗୀ

ବୌଦ୍ଧ,୧୫/୧୦- ବିଭିନ୍ନ ସମୟରେ ଅନେକ ଗାଆଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନସ୍ ଯାଇ ପାରୁନଥିବା ବୌଦ୍ଧ ଜିଲ୍ଲାରେ ସାଧାରଣ ଘଟଣାରେ ପରିଣତ ହୋଇଛି | ଗତକାଲି ଠିକ୍ ସେପରି ଏକ ଘଟଣା ଘଟିଛି କଣ୍ଟାମାଲ ବ୍ଲକ ବରଗାଁ ଗ୍ରାମ ପଂଚାୟତର ସାହାଜପିଟା ଗ୍ରାମରେ l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଧରିତ୍ରୀ ରଣା ନାମକ ଜଣେ ମହିଳା ରୋଗୀଙ୍କୁ ରୋଗୀଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନସ ରାସ୍ତା ଖରାପ ଯୋଗୁଁ ସାହାଜପିଟl ଗ୍ରାମ ଠାରୁ ପ୍ରାୟ 1 କିଲୋମିଟର୍ ଦୂରରେ ଅଟକି ରହିଲା l ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ କିଛି ବାଟ ବାଇକ ଯୋଗେ ଓ କିଛି ବାଟ ଚଲାଇ ଚଲାଇ ଆମ୍ବୁଲାନସ୍ ନିକଟକୁ ଅଣାଯାଇଥିବା ଦେଖିବାକୁ ମିଳିଥିଲା l ପ୍ରତି ବର୍ଷ ଗ୍ରାମାଞ୍ଚଳର ରାସ୍ତା ବାଟର ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ସରକାର ଦେଉଥିବା ବେଳେ ରାସ୍ତାରେ ଆମ୍ବୁଲାନସ୍ ଆସି ପାରୁନାହିଁ l ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଂକ ମଧୁ ଚନ୍ଦ୍ରିକାରେ ନିମ୍ନମାନର କାମ କରୁଥିବା ଯୋଗୁଁ ରାସ୍ତା ଅବସ୍ଥା ସୁଧୁରି ପାରୁନାହିଁ ବୋଲି ଅଭିଯୋଗ ହୁଏ |

Comments (0)
Add Comment