ବାମଣ୍ଡା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ,୨୦/୧୧ – ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଗ୍ରାମର ଜନସାଧାରଣ l ଏ ସମ୍ପର୍କରେ ଅଭିଯୋଗ କରି ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ଦେବଗଡ଼, ନାୟକ ପଡା, କୁଲିମୁଣ୍ଡା ପ୍ରଭୃତି ଗ୍ରାମର ଜନସାଧାରଣ କୃଷକ ନେତା ସୂର୍ଯ୍ୟ ନାରୟଣ ମହାପାତ୍ରଙ୍କ ନେତୃତ୍ବରେ ସାକ୍ଷାତ କରି ଅଭିଯୋଗ କରିଛନ୍ତି | ଗୋଟିଏ ଗୋଟିଏ ପରିବାରକୁ ଏକାଧିକ ଘର ପ୍ରଦାନ, ଜଣେ ହିତାଧିକାରୀଙ୍କ ଘର ନିର୍ମାଣ ଟଙ୍କାକୁ ଅନ୍ୟ ଖାତାକୁ ପଠାଇବା, ଟଙ୍କା ନ ଦେଲେ ଘର ନ ଦେବା, ତାଲିକା ଅନୁଯାୟୀ କ୍ରମାନ୍ୱୟରେ ଘର ନ ଦେଇ ଚଞ୍ଚକତା କରିବା ଆଦି ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ଦଦନ୍ତ କରି ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି | ପୁର୍ବରୁ ମଧ୍ୟ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସମ୍ପର୍କରେ ଜଣେ ପଂଚାୟତ ବାସିନ୍ଦା ଅରୁପାନନ୍ଦ ଦୀପ ଅଭିଯୋଗ କରିଥିଲେ | ବାମଣ୍ଡା ପଂଚାୟତରେ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଗଲେ ଅନେକ ଅନିୟମିତ ହୋଇଥିବାର ପ୍ରମାଣ ମିଳିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ମଣ୍ଡଳ ସଭାପତି ଗଣେଶ ବେହେରା ପ୍ରକାଶ କରିଛନ୍ତି |

Comments (0)
Add Comment