42 ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ,୨୪/୧୧ – ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଅବକାରୀ ବିଭାଗ ଆଜି ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତର ଗଣ୍ଡିସରେ ଗ୍ରାମ ନିକଟରେ ଥିବା 42 ଏକର ଜଙ୍ଗଲ ଜମିରୁ ବେ- ଆଇନ୍ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ଠାବ କରି କାଟିଥିଲେ l କଟା ଯାଇଥିବା ଗଞ୍ଜେଇ ଗଛର ମୁଲ୍ୟ ଚୋରା ବଜାରରେ ପ୍ରାୟ 12 କୋଟି 26 ଲକ୍ଷ ଟଙ୍କା ଆନୁମାନିକ ମୂଲ୍ୟ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି | ଆଜିର ଚଢାଉରେ ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ମାଜିଷ୍ଟ୍ରେଟ ଦାୟିତ୍ବରେ ନିୟୋଜିତ ଥିଲେ l ସେହିପରି ଅବକାରୀ ବିଭାଗର ଇନ୍ସପେକ୍ଟର ବିଜୟ କୁମାର ଧରୁଆ, ସବ୍ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଏ.ଏସ.ଆଈ. ରୁପେଶ ମୁଖି, କନେଷ୍ଟବଳ ଏସ. କେ. ଅବୁତାର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ |

Comments (0)
Add Comment