ବୌଦ୍ଧ, ୨/୧- ଓଡିଶା ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର ଆହ୍ବାନ କ୍ରମେ ବୌଦ୍ଧ ତହସିଲ ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ଗତକାଲି ଠାରୁ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ମାରିଚ ପୁର ରାଜସ୍ୱ ସର୍କଲର ଭାରପ୍ରାପ୍ତ ରାଜସ୍ୱ ନିରିକ୍ଷକ ସୁଶାନ୍ତ ସ୍ୱାଇଁଙ୍କୁ ଗତ ଜାନୁଆରି 20 ତାରିଖରେ କର୍ତ୍ତବ୍ୟ ରତ ଥିବା ବେଳେ ତହସିଲଦାର ଓ ଦୁଇ ଜଣ ରାଜସ୍ୱ ସୁପରଭାଇଜରଙ୍କ ଉପସ୍ଥିତିରେ ମାଡ ମାରିବା ଘଟଣାର ପ୍ରତିବାଦରେ ଗତକାଲି ଠାରୁ ସାରା ରାଜ୍ୟରେ ସଂଘ ତରଫରୁ ପ୍ରତିବାଦ ପ୍ରଦର୍ଶନ କରାଯାଉଛି l ସେହି କ୍ରମରେ ବୌଦ୍ଧ ତହସିଲ ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି l ବୌଦ୍ଧ ତହସିଲଦାର୍ ସନତ କୁମାର୍ ନାଏକଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା | ରାଜସ୍ୱ ନିରିକ୍ଷକ (ସଦର) ଉମାକାନ୍ତ ସାହୁ, ହମିଦ୍ କୁମାର୍ ମଲ୍ଲିକ (ଗୁନ୍ଦୁଲିଆ), ଆଶିଷ ମଲିକ (ଶଗଡା), ଗଣେଶ୍ୱର ଭୋକ୍ତା (ତେଲିବନ୍ଧ ) ଓ ଅତିରିକ୍ତ ରାଜସ୍ୱ ନିରିକ୍ଷକ ହେମନ୍ତ ରାଉତ ରlୟ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ l ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ କଲମ ଛାଡ ଆନ୍ଦୋଳନ କରିବାପାଇଁ ସଂଘ ଚେତାବନୀ ଦେଇଥିବା ଜଣାପଡିଛି l