ବାପାଙ୍କର ଶୁଦ୍ଧକ୍ରିୟା ଦିନ ପୁଅର ମୃତ୍ୟୁ

ବୌଦ୍ଧ ୦୩/୧୦- ହରଭଙ୍ଗାବ୍ଲକ ଚାରିଛକ ଠାରେ ଦୀର୍ଘ ବର୍ଷହେଲା ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଥିବା ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ (୫୨) ଙ୍କ ଗତ ଶୁକ୍ରବାର ରାତିରେ ପରୋଲୋକ ହୋଇଯାଇଛନ୍ତି । ସେ ଦୀର୍ଘ ୨୫ ବର୍ଷ ହେଲା ହରଭଙ୍ଗାବ୍ଲକ ର ବିଭିନ୍ନ ପ୍ରାଥମିକ ସ୍କୁଲ୍ ରେ ଶିକ୍ଷକତା କରିଆସୁଥିବାବେଳେ ବର୍ତ୍ତମାନ କରଂଜକଟା ପ୍ରାଥମିକ ସ୍କୁଲ୍ ରେ ଶିକ୍ଷାଦାନ କରୁଥିଲେ। ତାଙ୍କର ମୃତ୍ୟୁ ଖବର ନେଇ ଶିକ୍ଷକମହଲ ରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ବାପାଙ୍କର ଦେହାନ୍ତ ହୋଇଥିବା ବେଳେ ନିଜ ପୈତୃକ ଘର ଦଶପଲ୍ଳାକୁ ଶୁଦ୍ଧକ୍ରିୟା ପାଇଁଁ ଯାଇଥିଲେ ,କିନ୍ତୁ ବାପାଙ୍କର ଶୁଦ୍ଧକ୍ରିୟା ଦିନ ପୁଅ ପ୍ରମୋଦ ସାହୁ ଅସୁସ୍ଥ ଅନୁଭବ କରିଥିଲେ | ସଙ୍ଗେ ସଙ୍ଗେ ପରିବାର ଲୋକ ସ୍ଥାନୀୟ ମେଡିକାଲ୍କୁ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏପରିକି ଶିକ୍ଷକ ପ୍ରମୋଦ ସାହୁ ପୁର୍ବରୁ ଅନେକ ରୋଗରେ ପିଡିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି |

Comments (0)
Add Comment