ବୌଦ୍ଧ,୨୫/୮ – ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଂଚାୟତର କୁଶଙ୍ଗ ଗ୍ରାମରୁ ଆଜି ୫ ଜଣ କରୋନା ପଜିଟିଭ ଚିନ୍ହଟ ହେବା ପରେ ଗ୍ରାମକୁ ୭୨ ଘଣ୍ଟା ଯାଏଁ କଣ୍ଟେନମେଣ୍ଟ ଜୋନ ଭାବରେ ସରପଞ୍ଚ ପୁଷ୍ପାଞ୍ଜଳୀ ଦେହୁରୀ ଘୋଷଣା କରିଛନ୍ତି |ସଂକ୍ରମଣ କୁ ରୋକିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଆଦି ୭୨ ଘଣ୍ଟା ପାଇଁ ବନ୍ଦ ରହିବ | ସେହିପରି ଆଜି ସକାଳେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା କୁଶଙ୍ଗ ଗ୍ରାମ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ | ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ଓ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଯିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି l