ସମ୍ବଲପୁର ଜିଲ୍ଲାରେ ସୁସ୍ଥତାହାର ୭୭.୭୦ପ୍ରତିଶତ: ନୂଆ ପଜିଟିଭ ଭାବେ ୮୧ଜଣ ଚିହ୍ନଟ


ସମ୍ବଲପୁର,୨୬/୯ – ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବରେ ୮୧ ଜଣ ଚିହ୍ନଟ ହୋଇଛନ୍ତି, ଯାହାକୁ ମିଶାଇ ଆକ୍ରାନ୍ତଙ୍କ ମୋଟସ°ଖ୍ଯା ୫୫୧୬ ରେ ପହଞ୍ଚିଛି । ଅନେକ ଦିନପରେ ଆକ୍ରାନ୍ତଙ୍କ ସ°ଖ୍ଯା ଶହରୁ ତଳକୁ ରହିଛି, ଯାହାକି କିଛିକା°ଶ ରେ ଆଶ୍ବସ୍ତି ଆଣିଛି । କରୋନା ପରି ସଙ୍କଟକାଳରେ ସୁଖ ର ଖବର ଏହା ଯେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି, ଯାହାକି ଆକ୍ରାନ୍ତ ଙ୍କ ୭୭.୭୦ ପ୍ରତିଶତ । ବାକି ଲୋକଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ୧୦୭୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । କରୋନା ସ°କ୍ରମଣ ଯୋଗୁଁ ଜିଲ୍ଲା ରେ ପ୍ରତିଦିନ ୬ରୁ ୮ ଜଣଙ୍କ ମୃତ୍ୟୁ ଘଟୁଛି ଓ ମୃତକ ଙ୍କ ସ°ଖ୍ଯା ୨୦୦ରୁ ଅଧିକ ହୋଇଥିବା ସତ୍ତ୍ୱେ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହା ଏପର୍ଯ୍ୟନ୍ତ ୨୨ରେ ସୀମିତ ରଖା ଯାଇଛି, ଯାହାକି ଲୋକଙ୍କ ପକ୍ଷରୁ ଗ୍ରହଣୀୟ ହୋଇ ପାରିନାହିଁ । ଏହିପରି ମୃତ୍ୟୁହାର ପ୍ରାୟ ୪ ପ୍ରତିଶତ ପାଖାପାଖି ରହୁଛି, କିନ୍ତୁ ସରକାର ଏହାକୁ ଚାପିରଖି ଏକ ପ୍ରତିଶତ ଭିତରେ ରଖିବା ପାଇଁ ଚେଷ୍ଟିତ ବୋଲି କୁହାଯାଉଛି । ଜନସାଧାରଣ ଙ୍କ ସବୁଠାରୁ ଚିନ୍ତାର ବିଷୟ ଯେ କରୋନା ଏପରି ବିକରାଳ ରୂପଧରି ଜନଜୀବନ ନଷ୍ଟ କରିଚାଲିଛି ଓ ଏହାର ପ୍ରତିକାର ଦିଗରେ କୌଣସି ସାର୍ଥକ ପଦକ୍ଷେପ ପରିବର୍ତ୍ତେ ସରକାର ମୃତ୍ୟୁସ°ଖ୍ଯା ଚାଲିରଖିବା ପାଇଁ ସମସ୍ତ ବଳ ପ୍ରୟୋଗ କରୁଛନ୍ତଗ । ବିଗତ ୨୪ ଘଣ୍ଟା ମଧ୍ୟରେ ୮ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

Comments (0)
Add Comment