ବ୍ୟାଙ୍କ ମିଶ୍ରଣ ପରେ ମିଶ୍ରଣ ବ୍ୟାଙ୍କର ଠିକଣା ଖୋଜି ଗ୍ରାହକ ହନ୍ତସନ୍ତ

ବୌଦ୍ଧ,୧୧/୧୨- ସରକାରଙ୍କ ନିଷ୍ପତି କ୍ରମେ ଅନେକ ଜାତୀୟ କରଣ ବ୍ୟାଙ୍କ ମାନଙ୍କ ମିଶ୍ରଣ ହୋଇ ଯାଇଛି | ବୌଦ୍ଧ ଜିଲ୍ଲାରେ ଶାଖା ଖୋଲିଥିବା ଅନେକ ବ୍ୟାଙ୍କର ମିଶ୍ରଣ ହୋଇ ଥିବାରୁ ସେ ସବୁ ବ୍ୟାଙ୍କର ଆଉ ପୂର୍ବ ସତ୍ତା ନାହିଁ | ସେ ସବୁ ବ୍ୟାଙ୍କର ଗ୍ରାହକ ମାନେ ପୂର୍ବରୁ ଥିବା ବ୍ୟାଙ୍କକୁ ଖୋଜୁଥିବା ବେଳେ ସେ ବ୍ୟାଙ୍କର ମିଶ୍ରଣ କେଉଁ ବ୍ୟାଙ୍କ ସହ ହୋଇଛି ଜାଣି ନପାରି ହଇରାଣ ହୋଇ ଖୋଜି ବୁଲୁଛନ୍ତି l ସେଥିପାଇଁ ଉକ୍ତ ବ୍ୟାଙ୍କ କର୍ତୃପକ୍ଷ ମାନେ ଗ୍ରାହକ ମାନଙ୍କୁ ଉପଯୁକ୍ତ ସୂଚନା ଦେଇ ନଥିବାରୁ ଗ୍ରାହକ ମାନେ ଏଭଳି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଶ୍ରଣ ପୂର୍ବରୁ ଯେଉଁ ସ୍ଥାନରେ ବ୍ୟାଙ୍କ ଥିଲା ସେଠାରେ ମଧ୍ୟ କୌଣସି ସୂଚନା ନଥିବା ହେତୁ ଗ୍ରାହକ ମାନେ ହୀନସ୍ତା ହେଉଥିବା ଦେଖିବାକୁ ମିଳୁଛି l ବ୍ୟାଙ୍କ ମାନେ ସେମାନଙ୍କ ଗ୍ରାହକ ମାନଙ୍କୁ ମୋବାଇଲ୍ ଯୋଗେ କଲ୍ କିମ୍ବା ମେସେଜ କରି ସୂଚନା ଦେବାକୁ ଜନସାଧାରଣରେ ଦାବୀ ହେଉଛି |

Comments (0)
Add Comment