ଉପାନ୍ତ ଅଞ୍ଚଳରେ ରାଇକିଆ ବିଡ଼ିଓଙ୍କ ଦ୍ୱାରା ମାସ୍କ ବଣ୍ଟନ ସହିତ ଟିକାକରଣ

ରାଇକିଆ : କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ବେଳେ ନିଜର ରୂପ ମଧ୍ୟ ପରିବର୍ତ୍ତନ କରୁଛି, ଯାହାରି ପ୍ରଭାବରୁ ଲୋକେ ଆକ୍ରାନ୍ତ ହେଉଛନ୍ତି । କରୋନାର ଦ୍ୱିତୀୟ ଲୋହାରୀରେ ଆସିଥିବା କରୋନା ଏବେ ମାରାତ୍ମକ ହେଉଛି । ଏହି ଭୁତାଣୁ ଠାରୁ କିପରି ରକ୍ଷା ପାଇବା ସେ ନେଇ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି,ଯାହା ଫଳରେ ଲୋକମାନେ ସୁରକ୍ଷିତ ରହିବେ । ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଉପାନ୍ତ ଅଂଚଳରେ କରୋନା ଦ୍ୱିତୀୟ ଲହରୀକୁ କାବୁ କରିବା ପାଇଁ ଆଗେଇ ଆସିଛନ୍ତି । ସେ ଉପାନ୍ତ ଅଂଚଳ ଗସ୍ତ କରି ଟିକାକରଣ ଉପରେ ବିଶେଷ ଧ୍ୟାନ ଦେବା ସହ ମାସ୍କ ବଣ୍ଟନ କରିଛନ୍ତି ।

ବିଡିଓଙ୍କ ସହ ରାଇକିଆ ତହସିଲଦାର ହର ପ୍ରସାଦ ଭୋଇ, ଏପିଓ କେଦାର ପଣ୍ଡା, ବିପିସି କମଳ ପ୍ରସାଦ ନାୟକ ଲୋକମାନଙ୍କୁ ସଚେତନ କରିବା ସହିତ ମାସ୍କ ସାନିଟାଇଜର ବଣ୍ଟନ କରିଥିଲେ । ସେହିପରି ଟିକାକରଣ କରେଇବା ନିମନ୍ତେ ସଚେତନ ସୃଷ୍ଟି କରିଥିଲେ । ଏହାପରେ ବଡବାରବା, ଇନ୍ଦ୍ରଗଡ଼,ରଣବା ପଞ୍ଚାୟତର ବାସିନ୍ଦାଙ୍କୁ ସ୍ଥାନୀୟ ସରପଞ୍ଚ ଅଟୋ ଦ୍ୱାରା ବୃଦ୍ଧ ବୃଦ୍ଧାଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ସହିତ ସେମାନେ କିପରି ଟିକା ନେଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଉପାନ୍ତ ଅଞ୍ଚଳଗୁଡିକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପହଞ୍ଚି,ସେମାନଙ୍କର ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଦାରଖ କରିବା ଏକ ନିଆରା ଉଦାହରଣ, ସେଥିପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ବିଡ଼ିଓ ପ୍ରବୀଣ କୁମାର ବାଣୁଆ ।

Comments (0)
Add Comment