ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଠା ଭୋଟର ତାଲିକା ୨୦୨୨ ପ୍ରକାଶିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସରକାରୀ ନିର୍ବାଚନ ଅଧିକାରୀ ଅଚ୍ୟୁତା ନନ୍ଦ ଜାନୀ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ଆଜିଠାରୁ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୧.୧୧. ୨୦୨୧ ତାରିଖ ଠାରୁ ୩୦.୧୧. ୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟ ମଧ୍ୟରେ ଭୋଟରମାନେ ଫର୍ମ ୬ ନିଜର ନାମକୁ ପଞ୍ଜି କରଣ ଫର୍ମ ୭ରେ ବାଦ ଫର୍ମ ୮(କ)ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରି ପାରିବେ । ଆସନ୍ତା ୭. ୧୧.୨୦୨୧ ରବିବାର ଓ ୨୧.୧୧.୨୦୨୧ ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିନ ଭାବରେ ପାଳନ କରା ଯିବ । ଉକ୍ତ ଦିନ ବୁଥ ସ୍ତରୀୟ ଅଧିକାରୀମାନେ ଦିବା ୧୦.୦୦ ଘଣ୍ଟିକା ଠାରୁ ଦିବା ୫. ୦୦ ଘଣ୍ଟିକା ପର୍ଯ୍ୟନ୍ତ ଭୋଟରମାନଙ୍କଠାରୁ ଫର୍ମି ଗ୍ରହଣ କରିବେ । ଉକ୍ତ ବୈଠକରେ ଜିଲ୍ଲା ପାଳ ଯୁବ ଭୋଟର ମାନଙ୍କ ନାମ ଯୋଗ ଏବଂ ବାଦ ପଡିଥିବା ଭୋଟମାନଙ୍କୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରତ୍ୟେକ ବୁଥରେ ନିର୍ଯୁକ୍ତି ଦେବା ପାଇଁ ରାଜନୈତିକ ଦଳମାନଙ୍କୁ କହିଥିଲେ । ଉପ ଜିଲ୍ଲାପାଳ ଭୋଟର ହେଲ୍ପ ଲାଇନ ଆପର ଉପଯୋଗୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ବୁଥ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା ଏବଂ ନିର୍ବାଚନ ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।