ବୌଦ୍ଧ,୧୭/୧୧ – ମେଡିକାଲ ରୁ ମୃତ ଶିଶୁର ଶଵକୁ ନିଜ ଗାଡ଼ିରେ ନେଇ ଘରେ ଛାଡିଲେ ପୁରୁଣା କଟକର ଜଣେ ଯୁବକ l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ ଗ୍ରାମର ବାସିନ୍ଦା ଶେଷଦେବ ପ୍ରଧାନଙ୍କ ସାତ ବର୍ଷ ର ପୁଅ ରାଜେନ୍ଦ୍ରର ପେଟ ରୋଗ ବାହାରି ଥିବାରୁ ତାଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ନେଇଥିଲେ | ତେବେ ଚିକିତ୍ସlଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ହୋଇ ଯାଇଥିଲା l ମୃତ ଶବକୁ ଧରି ଘର କୁ ଚାଲି ଚାଲି ଯାଉଥିବା ଦେଖି ପୁରୁଣାକଟକ ବାସିନ୍ଦା ପ୍ରଦୀପ କୁମାର ଛତ୍ରିଆ (ଦୀପ ଭାଇ ) ନିଜ କାରରେ ଶବକୁ ନେଇ ମୂଷାଡ ଗ୍ରାମରେ ଛାଡିଥିଲେ l ଦୀପ ଭାଇଙ୍କ ଏହି ମହତ ପଣିଆ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି l ଶେଷଦେବ ଜଣେ ଦିନ ମଜୁରିଆ ଗରିବ ହୋଇଥିବାରୁ ପୁଅର ଶେଷ କୃତ୍ୟ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି |