ସମ୍ବଲପୁର,୨୫/୧୧- କରୋନା ସଙ୍କଟକାଳରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ହାତ ଧୋଇବା ପାଇଁ ବାଲଟୀ, ମଗ, ସାବୁନ,ବିଶୋଧନ ପାଇଁ ବ୍ଲିଚି°ପାଉଡର ସହିତ ଫିନାଇଲ ଆଦି ଦୈନନ୍ଦିନ ବ୍ଯବହାର ପାଇଁ କିଛି ଲୁଗାପଟା ଓ ମାସ୍କ ଆଦି ସହାୟତା ସାମଗ୍ରୀ ସହିତ ରେଡକ୍ରସ ରାଜ୍ୟ ମୁଖ୍ଯାଲୟ ଭୁବନେଶ୍ୱରରୁ ଏକ ଦଳ ସମ୍ବଲପୁର ଆସିଥିଲେ । ଦୁର୍ବିପାକ ପରିଚାଳନା ସଂଯୋଜକ ଗୁଲଶନ ଦାସଙ୍କ ନେତୃତ୍ୱରେ ଏହି ଦଳ ସମ୍ବଲପୁର ଜିଲ୍ଲାର ଫୁଲଝରଣ, ହୁମା ଓ ମାନେଶ୍ବର ଠାରେ ପ୍ରତିଷ୍ଠିତ ତିନୋଟି ପ୍ରମୁଖ ଜରାନିବାସକୁ ଯାଇ ଉକ୍ତ ସାମଗ୍ରୀଗୁଡିକ ପ୍ରଦାନ କରିଥିଲେ । ସେମାନେ ଉକ୍ତ ତିନୋଟି ଯାକ ଜରାନିବାସ ପରିଦର୍ଶନ ସମୟରେ ସେଠାକାର ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ ଓ ଭବିଷ୍ୟତ ରେ ଏପରି ଆଉ ଅଧିକ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ବାରମ୍ବାର ହାତ ବିଶୋଧନ ଓ ସାମାଜିକ ଦୂରତା ଆଦି ନିୟମ ଆକ୍ଷରିକ ଭାବେ ପାଳନ କରାଯାଇଥିଲା । ଏଥିରେ ରେଡକ୍ରସର ସ୍ଥାନୀୟ ଜିଲ୍ଲା ଶାଖା ପକ୍ଷରୁ ଶିବ ପ୍ରସାଦ ମେହେର, ପ୍ରମିଳା ବେହେରା ଓ ହରିଶଙ୍କର ପୁରୋହିତ ସେମାନଙ୍କ ସହିତ ରହି ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ ।