ବେଆଇନ କରତକଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ୍ ଓ କାଠ ଜବତ

ସମ୍ବଲପୁର : ବନ ବିଭାଗର ସକ୍ରିୟତା ଫଳରେ ଆଜି ସ୍ଥାନୀୟ ଫାର୍ମରୋଡ୍ ସ୍ଥିତ ଜଲାରାମ କରତକଳ ଉପରେ ଛାପାମାରି ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାଠ କରତିବା ମେସିନ୍ ଓ ପ୍ରାୟ ୧୦୦ ଘନଫୁଟ କାଠ ଜବତ କରାଯାଇଛି । ଛାପାମାରି ବିଷୟରେ ଆଗରୁ ଖବର ପାଇଯାଇଥିବାରୁ କୌଣସି ବ୍ୟକ୍ତି ଧରାପଡ଼ି ନାହାନ୍ତି । ଏହାର ମାଲିକ ମନସୁଖ ଲାଲ୍ ପଟେଲ୍ ମଧ୍ୟ ସେଠାରୁ ଫେରାର ହୋଇଯାଇଛି ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ । ଏହି ଛାପାମାରିରେ ବନ ବିଭାଗ, ସତର୍କତା ବିଭାଗ ଓ ପୁଲିସ୍ ବିଭାଗର ମୋଟ ୪୧ ଜଣ କର୍ମଚାରୀ ସାମିଲ୍ ରହିଥିଲେ ଓ ମୋଟ ଆଠଟି ବାହନ ବ୍ୟବହାର ହୋଇଥିଲା । ଜିଲ୍ଲା ବନାଧିକାରୀ ସଂଜୀତ କୁମାରଙ୍କ ତଦାରଖରେ ଏସିଏଫ୍ ଗୋକୁଳ ଚନ୍ଦ୍ର ପାଇକ, ଏସିଏଫ୍ ତେଜରାଜ ନାଏକ, ଭିଜିଲାନ୍ସ ଏସ୍‌ଟିଏଫ୍ ଲକ୍ଷ୍ମଣ ମାର୍ଡ଼ି ଓ ରେଞ୍ଜ୍ ଅଧିକାରୀ ପ୍ରଭାକର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Comments (0)
Add Comment