ସମ୍ବଲପୁର-ଖୋର୍ଦ୍ଧାରୋଡ ଇଣ୍ଟରସିଟି ଟ୍ରେନ ଆଜିଠୁ ଆରମ୍ଭ ହେଲା

ସମ୍ବଲପୁର: ଲକଡାଉନ ୫.୦ ଓ ଅନଲକ ୧.୦ ଅନୁସାରେ ଆଜିଠାରୁ ସକାଳୁ ସମ୍ବଲପୁରରୁ ରାଜଧାନୀ ଭୁବନେଶ୍ୱର ଦେଇ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ଇଣ୍ଟରସିଟି ରେଳ ଚଳାଚଳ ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିବାରୁ ଏହି ଟ୍ରେନ ବର୍ତ୍ତମାନ ପୁରୀ ପର୍ଯ୍ୟନ୍ତ ନଯାଇ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ଯିବ ଓ ସେଠାରୁ ହିଁ ଏଠାକୁ ଫେରିଆସିବ । ଆଜି ପ୍ରଥମ ଦିନରେ ୮୨ଜଣ ଯାତ୍ରୀ ଏଠାରୁ ଯାତ୍ରା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଥର୍ମାଲ ସ୍କାନିପ୍ସ ଜରିଆରେ ଦେହର ଉତ୍ତାପ ଯାଞ୍ଚ କରାଯାଇ ସେମାନଙ୍କୁ ଟ୍ରେନରେ ବସିବା ପାଇଁ ଦିଆଯାଇଛି । ଏହାସହିତ ଆଜି ରାଜଧାନୀ ଭୁବନେଶ୍ୱରରୁ ବଲାଙ୍ଗୀର ପର୍ଯ୍ୟନ୍ତ ଇଣ୍ଟରସିଟି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏଠାରୁ ରାଉରକେଲା ଯିବାପାଇଁ କୌଣସି ଟ୍ରେନ ଚଳାଚଳ ଆରମ୍ଭ କରାଯାଇନାହିଁ ଓ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନହିଁ ଏକମାତ୍ର ମାଧ୍ୟମ, ଯେଉଁଥିରେ ସମ୍ବଲପୁରରୁ ଲୋକେ ରାଉରକେଲା ଯିବାଆସିବା କରୁଛନ୍ତି । ଏହି ଟ୍ରେନଟି ସମ୍ବଲପୁର ମୁଖ୍ୟ ଷ୍ଟେସନ ପର୍ଯ୍ୟନ୍ତ ନ ଯାଇ ସମ୍ବଲପୁର ସିଟି ଷ୍ଟେସନ ଦେଇ ଯାତାୟାତ କରୁଛି ।

Comments (0)
Add Comment