ପୁଣି ଜାଲରେ ପଡିଲା ୬୦ କେଜିର ବୁଦମାଛ

ବୌଦ୍ଧ : ଗତ ୩ଦିନ ତଳେ ମହାନଦୀର ବୌଦ୍ଧ ନିକଟରୁ ଏକ ବିରାଟକାୟ ବୁଦମାଛ ଜାଲରେ ପଡିଥିବାବେଳେ ଆଜି ହରଭଙ୍ଗା ନିକଟ କୁଡାସିଙ୍ଗା ନିକଟ ମହାନଦୀରୁ ପୁଣି ଆଉ ଗୋଟିଏ ବିରାଟ ବୁଦମାଛ ଜାଲରେ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବନ୍ଧୁଆ ବେହେରା ନାମକ ଜଣେ ମତ୍ସ୍ୟଜୀବୀ ମହାନଦୀର କୁଡାସିଙ୍ଗା ନିକଟରେ ମାଛ ମାରିବାକୁ ଜାଲ ଟାଣିଥିବାବେଳେ ୬୦କେଜି ଓଜନର ଏକ ବୁଦ ମାଛ ତାଙ୍କ ଜାଲରେ ପଡିଥିଲା । ମହାନଦୀରେ ଗୋଳିଆ ପାଣି ଆସୁଥିବାରୁ ଗଭୀର ପାଣିରେ ରହୁଥିବା ବୁଦମାଛମାନେ ଉପରକୁ ଉଠିଆସି ଜାଲରେ ପଡୁଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି ।

Comments (0)
Add Comment