ବୌଦ୍ଧ,୧୦/୧- ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମେଳନ ଆଜି ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ସୁଧାଂଶୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଈଛି । ଏଥିରେ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି,ସମ୍ପାଦକ ଅବକାଶ ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ଦେଶର ପରିସ୍ଥିତିରେ ଯୁବସଂଗଠନର ଆବଶ୍ୟକତା ଉପରେ ବଣ୍ଣନା କରାଯାଇଥିଲା । ଏ ସରକାରଙ୍କର ଜନବିରୋଧି ନୀତି ପ୍ରତିବାଦରେ ବିଧ୍ବଂସକାରୀ ଶିକ୍ଷାନୀତି କୃଷିନୀତି ତୁରନ୍ତ ପ୍ରତ୍ୟାହାର, ବେକାର ଯୁବକଙ୍କୁ ନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନ, ତୁରନ୍ତ ବଲାଙ୍ଗିର ଖୋର୍ଦ୍ଧା ରେଲଲାଇନ କାର୍ଯ୍ୟକାରୀ, ବୌଦ୍ଧକୁ ସମ୍ବଲପୁର ଆରଡିସି ଅଧିନରେ ଅନ୍ତର୍ଭୁକ୍ତ, ବୌଦ୍ଧରେ କୃଷିବିଦ୍ୟାଳୟ ସ୍ଥାପନ ପ୍ରଭୃତି ଦାବୀ ନେଇ ଆନ୍ଦୋଳନକୁ ବ୍ୟାପକ କରିବା ସହ ନେତା ନୁହେଁ ନୀତି ବଦଳେଇବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ପରିଶେଷରେ ଏକ ୧୫ଜଣିଆ ଜିଲ୍ଲାକମିଟି ଗଠନ ସହ ଏହାର ସଭାପତି ରୁପେ ସୁଧାଂଶୁ ପ୍ରଧାନ, ଉପସଭାପତି ମନୋଜ ସାହୁ ,ସନ୍ଦୀପ କୁମ୍ଭାର ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ବେହେରା ସହସମ୍ପାଦକ ଭାବେ ପ୍ରକାଶ ବେହେରା ,ରଞ୍ଜନ କୁମାର ରଣବିଡା କୋଷାଧକ୍ଷ ଭାବେ ନିରାକାର ପ୍ରଧାନ ପ୍ରମୁଖ ମନୋନୀତ ହେବାସହ ଦୀଲ୍ଲିରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ମତି ଜଣାଇ ୧୩ ଜାନୁଆରୀ ଜିଲ୍ଲାବ୍ୟାପୀ ବିଭିନ୍ନ ସ୍ଥାନରେ ମଶାଲ ଶୋଭାଯାତ୍ରା ଓ କଳାକୃଷିବିଲ କୁ ପୋଡାଯିବ ବୋଲି ନୂତନ ନେତୃତ୍ବ ଘୋଷଣା କରିଛନ୍ତି ।