ପୁରୀ : ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ- ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ ଆଣି ଦଣ୍ଡୁଆସିପଡା, ଖଜୁରିଆ ଓ ଏହାର ଆଖପାଖ ଅଂଚଳରେ ଖୁଚୁରା ବ୍ୟବସାୟଙ୍କୁ ବିକ୍ରି କରୁଥିବାବେଳେ ବ୍ରହ୍ମଗିରି ଥାନା ଅଂଚଳରେ ଚଢ଼ାଉ କରି ଦୁଇଜଣ ବ୍ୟକ୍ତି ଚକ୍ରଧର ପରିଡା(୩୮) ଓ ଦିଗାମ୍ବର ପରିଡା (୪୫)ଙ୍କ ଠାରୁ ୧୦କେଜି ଗଂଜେଇ ଜବତ କରିବା ସହତାଙ୍କୁ ଗିରଫ କରାଯାଇଛି ।
ପରେ ତାଙ୍କୁ ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନମ୍ବର ୯୩/୨୧-୨୨ରେ ଓ ପୁରୀ ସଦର ରେଞ୍ଜ କେସ ନମ୍ବର ୨୭/୨୧-୨୨ରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ପୁରୀ ଜିଲ୍ଲା କରାଗରକୁ ପଠାଯାଇଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷିକା ଶମାନସୀ ସାହୁ ଓ ଉପ-ନିରୀକ୍ଷିକା ମମତା କୁମାରୀ ଦାଶ, ଉପ- ନିରୀକ୍ଷକ ରଙ୍କନିଧି ମଲ୍ଲିକ, ଏଏସ୍ଆଇ ସନ୍ତୋଷ କୁମାର ନାୟକ, ଅଭିଜିତ ପ୍ରଧାନ, ପ୍ରବୀଣ ବିରାଜ ଖିରୋ ପ୍ରମୁଖ ସାମିଲ ଥିଲେ ।