ଆସନ୍ତାକାଲି ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। 60ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରନା ଯୋଗୁ lockdown ହେବାରୁ ଏହା ସ୍ଥଗିତ ରହିଛି। ସେହିପରି ମେ 20ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ 26 ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା। 45 ଦିନ ଭିତରେ ଫଳାଫଳ ବାହାରିବ। High Court ଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।