ପାଟଣାଗଡ: ବିଶ୍ୱର ପ୍ରଥମ ନିଶୁଳ୍କ ଆବାସିକ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ୩୦ହଜାର ଗରୀବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ବର୍ଷର ପାଠ୍ୟଉପକରଣ, ଲେଖନୀ ସାମଗ୍ରୀ, ଗୁଡ, ଚିନି, ବିସ୍କୁଟ, ଚାଉଳ ଆଦି ଶୁଖିଲା ଖାଦ୍ୟ ଉପକରଣ ସହ ସାବୁନ, ସର୍ଫ ଇତ୍ୟାଦି ସାମଗ୍ରୀ ଆଜି କିସ୍ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ କିସ୍ ଓ କିଟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ମହନୀୟ ପ୍ରୟାସରେ ବଣ୍ଟନ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକର ୨ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ କିସ୍ର ସ୍ୱତନ୍ତ୍ର ବସ୍ ଯୋଗେ ବଲାଙ୍ଗୀରକୁ ପାଠ୍ୟ ଉପକରଣ ଆସିଥିବା ବେଳେ କରୋନା ମହାମାରୀ ବିପତ୍ତିର ଲକଡାଉନ ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରେ ରହୁଛନ୍ତି ।
କିସ୍ର ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଓ ମୋବାଇଲ ମାଧ୍ୟମରେ କିସ୍ ତରଫରୁ ଶିକ୍ଷାଦାନ ଜାରି ରହୁଥିବା ବେଳେ ଚଳିତ ଶିକ୍ଷା ବର୍ଷର ପାଠ୍ୟପୁସ୍ତକ ମଧ୍ୟ କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପଠାଇଛନ୍ତି । ଗରୀବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଶ୍ରେଣୀରୁ ପୋଷ୍ଟର ଗ୍ରାଜୁଏସନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆବାସିକ ନିଶୁଳ୍କ ଗୁଣାତ୍ମକ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ଡକ୍ଟର ଅଚ୍ୟୁତ ସାମନ୍ତ ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦୀର୍ଘ ୨୭ବର୍ଷ ଧରି ନିଃସ୍ୱାର୍ଥ ସେବା କରୁଛନ୍ତି । ଡ.ଅଚ୍ୟୁତ ସାମନ୍ତ ମହାନ ଅବଦାନକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କିସ୍ ଆଦିବାସୀ ଅଭିଭାବକ ସଂଘ ପକ୍ଷରୁ ଅଭିନନ୍ଦନ ସହ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାମାନେ କିସ୍ ହିତାଧିକାରୀ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଯାଇ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ଇତ୍ୟାଦି ସାମଗ୍ରୀ ପ୍ରଦାନ କରିଥିଲେ ।
ଆଦିବାସୀ ଛାତ୍ରଛାତ୍ରୀ ଓ ଅଭିଭାବକ କିସ୍ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ଐତିହାସିକ କାର୍ଯ୍ୟ ମହାନ ଚିନ୍ତାଧାରା ମାନବବାଦି ବିଶେଷ ଉପକାର ପାଇଁ ଖୁସିବ୍ୟକ୍ତ କରିଛନ୍ତି । ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂ ଭୋଇ, ପଦ୍ମନ ପଧାନୀ, ଅଷ୍ଟରତ୍ନ ବରିହା, ବଳଦେବ ଭୋଇ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଖିଶ୍ୟାମ ଭୋଇ, ବିପ୍ରଚରଣ ବିଶି, ବସନ୍ତ ମାଧୀ, ସନ୍ତୋଷ ପୁଟା, କାହ୍ନୁଚରଣ ପଧାନ, ଶ୍ୟାମସୁନ୍ଦର ଭୋଇ, ଅଚ୍ୟୁତ ଧରୁଆ, ସୁଦାମ ଚରଣ ଭୋଇ, ଘିମାନନ୍ଦ ଭୋଇ, ରାଜୀବ କୁଅଁର, ଘାସିରାମ ମାଝୀ, ନିରଞ୍ଜନ ମାଝୀ, ରାଜେନ୍ଦ୍ର ମାଝୀ, ଗଣନାଥ ଧରୁଆ, ଘନ ଭୋଇ, ବିଜୟ କାଲସାଏ, ଦଶରଥ ଛତ୍ରିଆ, ନାରାୟଣ କିସାନ ପ୍ରମୁଖ ସହଯୋଗ କରିଥିଲେ ।