ପୁଣି ରାଜ୍ୟରେ ୭୧୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରାଜ୍ୟ ସରକାର ଗତକାଲି ୪ଟି ଜିଲ୍ଲାରେ ଆଜି ସଂଧ୍ୟା ୯ଟାରୁ ପୁନର୍ବାର ଲକଡାଉନ କଟକଣା ଜାରି କରିଛନ୍ତି । ଆଜି ପୁଣି ରାଜ୍ୟରେ ୭୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୬୧୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୯, ବାଲେଶ୍ୱରରୁ ୯, ବରଗଡରୁ ୪, ବଦ୍ରକରୁ ୧୦, କଟକରୁ ୩୨, ଢେଙ୍କାନାଳରୁ ୬, ଗଜପତିରୁ ୨୧, ଗଞ୍ଜାମରୁ ୨୩୧, ଜଗତସିଂପୁରରୁ ୧୬, ଝାରସୁଗୁଡାରୁ ୨୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୪, କେଉଂଝରରୁ ୨୮, ଖୋର୍ଧାରୁ ୧୫୦, କୋରାପୁଟର ୨୭ ଜମ ରହିଛନ୍ତି । ସେହିପରି ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୧୩, ପୁରୀରୁ ୯, ରାୟଗଡାରୁ ୧୯, ସମ୍ବଲପୁରରୁ ୭, ସୋନପୁରରୁ ୫ ଓ ସୁନ୍ଦରଗଡରୁ ୧୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୧୨୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୮୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୬୯୭୩୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments (0)
Add Comment