ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରୀଠାରେ ଏମ୍ଏଲ୍ଏ ଫୁଟବଲ୍ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିବା ବେଳେ ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ ଓ ବୁଡ୍ରୁକିଆ ସରପଞ୍ଚ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଦଳ ଭାଗ ନେଇଛନ୍ତି । ଘଦଘାଟନୀ ମ୍ୟାଚରେ ଜି.ଉଦୟଗିରି ଓ କରେକାମ୍ବା ମୁହାଁମୁହିଁ ହୋଇଥିବା ବେଳେ ଆସନ୍ତା ୨୯ ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ୱ ଦେବାସହ ଗ୍ରାମାଞ୍ଚର ଖେଳାଳିମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ଖେଳାଳିଙ୍କୁ ଉତ୍ସାହିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ଏଣୁ ଆମେ ପଞ୍ଚାୟତ ସ୍ତରରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛୁ । ଏହାଫଳରେ ପ୍ରତିଭାବାନ ଖେଳାଳି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ ।