ଚଣ୍ଡିଖୋଲ,: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତକୁ ସଟଡାଉନ ଘୋଷଣାକୁ ସରପଞ୍ଚ ଚାଚାଲିନ୍ ସ୍ୱାଇଁ ପ୍ରତ୍ୟାହାର କରିନେଇଛନ୍ତି । ସୁଙ୍ଗୁଡା ସରପଞ୍ଚଙ୍କର ଏହି ଘୋଷଣାକୁ ନେଇ ବଡଚଣା ବିଡିଓ ଗତକାଲି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । କୋଭିଡ-୧୯ ଆଇନ ଉଲ୍ଲଂଘନ କରିଥିବା ନେଇ ସୁଙ୍ଗୁଡା ସମିତି ସଭ୍ୟ ପ୍ରୀତିମ ନାୟକ ଅଭିଯୋଗ କରିବା ସହିତ ସରପଞ୍ଚଙ୍କ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ, ନାଏବ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସଂପର୍କରେ ବିଡିଓ ଅଜିତ ନାରାୟଣ ଗିରି କହିଛନ୍ତି ଯେ, ସୁଙ୍ଗୁଡା ପଞ୍ଚାୟତ ସମିତି ସଭ୍ୟ ପ୍ରୀତମ ନାୟକଙ୍କ ଅଭିଯୋଗ ପାଇଛି । ମାତ୍ର ସରପଞ୍ଚ ତାଙ୍କର ଘୋଷଣା ପ୍ରତ୍ୟାହାର କରିନେଇଛନ୍ତି ବିଡିଓ ଶ୍ରୀଗିରି ପ୍ରକାଶ କରିଛନ୍ତି ।