ଜଳିଆ ହତ୍ୟା ଘଟଣାର ପର୍ଦ୍ଦାଫାଶ : ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତକୁ କୋର୍ଟଚାଲାଣ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଜଳିଆ ଗାଁର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୨୪ଘଣ୍ଟା ନପୂରୁଣୁ ଅଭିଯୁକ୍ତ ମକାରୁ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୋଲିସ । ତେବେ ଏହା ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟା କରାଯାଇ ଥିବା ଜଣାପଡିଛି ।


ଅନ୍ୟପଟେ ମକାରୁ ଭୋଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜଳିଆ ଗ୍ରାମବାସୀ ଦାବୀ କରିଛନ୍ତି ଗ୍ରାମବାସୀ ଏନେଇ ବେଲପଡା ଥାନା ଆଧିକାରୀ ଶ୍ରୀ ବରିହାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ମକାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକ ମାନଙ୍କ ସହ ମାଡପିଟ କରି ଲୁଟପାଟ କରିଥାଏ । ମହିଳାମାନଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥାଏ । ତେଣୁ ଗାଁରେ ଅଶାନ୍ତି ଲାଗି ରହିବା ସହ ଲୋକମାନଙ୍କୁ ଯାତାୟାତ କରିବାରେ ଭୟ ସୃଷ୍ଟି ହେଉଛି । ଏଣୁ ଗାଁର ଯୁବରାଜ ନାଗ, କୃଷ୍ଣ ରାଉତ, ମକାରୁ ଧାରୁଆ, ଲଳିତ ରାଉତ, କୃତିବାସ ବୁଡେକ, ଲଳିତ ବୁଡେକ, ଗୌରହାରି ମାଲିକ, ଗିରିଧାରୀ ସାହୁ, ଟିକଚନ ମାଲିକଙ୍କ ସହ ସମସ୍ତ ଗ୍ରାମବାସୀ ଅଭିଯୁ୍‌କ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Comments (0)
Add Comment