କାଉନସିଲର ବୁଲିଆନଙ୍କ ଶୋକସଭା (ମାଡ଼ା)ରେ ଯୋଗଦେଲେ ବିଧାୟକ

ଘୁ.ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ରଦଙ୍ଗିଆ ଗ୍ରାମଠାରେ ବିଜେଡି କାଉନସିଲର ସ୍ୱର୍ଗତ ଲେକ୍‌ଚରର ବୁଲିଆନଙ୍କ ଶୋଳସଭା ଅନୁଷ୍ଠିତ ହୋଇଛି । ଆଜିର ଏହି ବୁଲି ଭାଇଙ୍କ ଶୋକସଭାରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ପୁନମ କହଁର, ରୋଦନ ମଲିକ, ରାଇକିଆ ବ୍ଲକ ଅଧ୍ୟକ୍ଷା ପ୍ରତାପ ଚନ୍ଦ୍ର ପ୍ରଧାନ, ଲ୍ୟାମ୍ପ ସଭାପତି ଜମେଶ ଚନ୍ଦ୍ର ପ୍ରଧାନ, ସନ୍ତେ ପ୍ରଧାନ, ସାଂସଦ ପ୍ରତିନିଧି ସାମନ୍ତ କୁମାର ଦିଗାଲ, ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନସିଲର ଓ କାର୍ଯ୍ୟାଳୟ ର ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ କୁମାର ସାହୁ , ସିନିଅର ଆସିଷ୍ଟାଣ୍ଟ ସତ୍ୟବ୍ରତ ମହାପାତ୍ର, ଏମଆଇଏସ ମୁକେଶ ରଞ୍ଜନ ନାୟକ, କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟାପକ ସୁଧାଂଶୁ ଶେଖର ମେହେରଙ୍କ ସହ ଅନ୍ୟ ଅଧ୍ୟାପକ ଓ ଏନଏସିର ଅନ୍ୟ ସମସ୍ତ କର୍ମଚାରୀ ଏହି ଶୋକସଭାରେ ଯୋଗ ଦେଇ ପରିବାରକୁ ଶାନ୍ତ୍ୱନା ଦେଇଥିଲେ । ଆଖ ପାଖ ଅଞ୍ଚଳରୁ ଓ ବାହାରୁ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇ ତାଙ୍କ ପ୍ରତିଛବିରେ ପୁଷ୍ପ ଦେଇ ତାଙ୍କୁ ସମ୍ମାନୀତ କରିଥିଲେ । ଶୋକ ସଭାରେ ଶହ ଶହ ଲୋକ ଆସିଥିବା ଦେଖିବାକୁ ମିଳିଥିଲା । ମଞ୍ଚାସିନ ସମସ୍ତ ଅତିଥି ସ୍ୱର୍ଗତ ବୁଲି ଭାଇଙ୍କ ସହ ଥିବା ନିଜ ନିଜ ସ୍ମୃତି ଗୁଡ଼ିକୁ ପ୍ରକାଶ କରିଥିଲେ । କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଜଣେ ଅବସର ପ୍ରାପ୍ତ ବିଏସଏଫ କର୍ମଚାରୀ କିଶୋର ଚନ୍ଦ୍ର ନାୟକ ଯିଏ କି ବୁଲି ଭାଇଙ୍କ ବାଲ୍ୟବନ୍ଧୁ, ରୁଦାଙ୍ଗିଆ ଗ୍ରାମର ଗାଁଭାଇ ପ୍ରଥମ ଶ୍ରେଣୀ ଠାରୁ କଲେଜ ପର୍ଯ୍ୟନ୍ତ ମିଶିକି ପାଠ ପଢ଼ିଥିଲେ ଓ ପରେ ରାଜନୀତି କ୍ଷେତ୍ରରେ ମଧ୍ୟ ମିଶିକି ରାଜନୀତି କରିଥିଲେ ସେ ଆଜି ଶୋକ ସଭାଟିକୁ ପରିଚାଳନା କରିଥିଲେ । ସ୍ୱର୍ଗତ ବୁଲି ଭାଇଙ୍କ ବିୟୋଗ ପରେ ସମସ୍ତ ଗ୍ରାମ ଓ ସହରରେ ଦୁଃଖର ଲହରୀ ଖେଳିଯାଇଛି ।

Comments (0)
Add Comment