ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ମିଣିଆ ପଞ୍ଚାୟତରେ ଆଜକୁ ସାତ ଦିନ ତଳେ କୌଣସି କାରଣବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ୱ ପରିବାର ଅନ୍ଧାରରେ ରହୁଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି । ଅନ୍ୟ ପଟରେ ପିଲାମାନଙ୍କ ପରୀକ୍ଷା ଚାଲିଛି,ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ ବାଧ୍ୟ ହେଉଛନ୍ତି । ସରପଞ୍ଚ ଗୌତମ ମଲ୍ଲିକ ବିଦ୍ୟୁତ୍‌ ଯୋଗାଣ ବିଭାଗରେ ଅଭିଯୋଗ କଲା ପରେବି ତିଆରି ହୋଇପାରୁନି । ଆସନ୍ତା କାଲି ତିଆରି କରାଯିବ କହି ଆଜି ପର୍ଯ୍ୟନ୍ତ ତିଆରି ହୋଇ ପାରିଲା ନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ଦୁଇ ଶହ ଗ୍ରାମବାସୀ ମୁଖ୍ୟ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଯାତାୟତ ସବୁ ବନ୍ଦ ରହିଥିଲା । ବିଦ୍ୟୁତ ବିଭାଗ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି ।

Comments (0)
Add Comment