ରାସ୍ତାକଡରୁ ଯୁବକ କ୍ଷତବିକ୍ଷତ ଶବ ଉଦ୍ଧାର

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଫଲସାପଡା ଗାଁର ରାସ୍ତାକଡରୁ ସୁରେନ୍ଦ୍ର ବନଛୋର(୨୨)ଙ୍କ ଉଦ୍ଧାର କରିଛି ବେଲପଡା ପୁଲିସ । ଦେହରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନଥିବା ଦେଖାଯାଉଥିବାବେଳେ ତାକୁ ହତ୍ୟା କରାଯାଇଥିବା ବେଳେ ତାକୁ ହତ୍ୟା କରାଯାଇଥଇବା ସନ୍ଦେହ କରା ଯାଉଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଫଲସାପଡା ଗାଁର ସୁରେନ୍ଦ୍ର ରାତି ୮ଟାରେ ଭାତ ଖାଉଥିବା ବେଳେ କେହି ଜଣେ ଫୋନ କରିଥିଲା । ଖାଇସାରିବା ପରେ ଏକ ସାଇକେଲ ଯୋଗେ ଘରୁ ବାହାରି ଥିଲା । ହେଲେ ସେ ଆଉ ଘରକୁ ଫେରିନଥିଲା । ସକାଶେ ଲୋକେ ଶୌଚ ପାଇଁ ଯାଇଥିବା ସମୟରେ ଗାଁର ନର୍ସରୀ ନିକଟରେ ସୁରେନ୍ଦ୍ରର ଶବ ଉପରେ ସାଇକେଲ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବେଲପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଶବ ପଡିଥିବା ସ୍ଥାନରୁ ୨୦୦ ମିଟର ଦୂରରେ ଏ ମୁଗଆଟରେ ସୁରେନ୍ଦ୍ରର ଜୋତା ମିଳିଥିଲା । ସେଠାରୁ ଘୋଷାଡି ଆଣିଥିବା ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପାଟଣାଗଡ ନିଆଯାଇଛି । ଗତବର୍ଷ ସୁରେନ୍ଦ୍ରର ବାପା ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏ ନେଇ ମୃତକ ପରିବାରକୁ ନ୍ୟାୟ ଦେବା ସହ ସରକାରୀ ସହାୟତା ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Comments (0)
Add Comment