ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାର୍ଷିକ ସାଧାରଣ ସଭା କୋଭିଡ୍‌-୧୯ ନିୟମ ଅନୁଯାୟୀ କରିବା ପାଇଁ ସ୍ଥିର କରାଯାଇଥିଲା । ସାମାଜିକ ସୁରକ୍ଷା ପରିଚୟ ପତ୍ର ସମସ୍ତ ସଭ୍ୟମାନଙ୍କୁ ପ୍ରଦାନ କରିବା ନିମନ୍ତେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଯିବ । ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ନେଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ।
ପାରଳାଖେମୁଣ୍ଡି ରେଳଷ୍ଟେସନର ପ୍ଲାଟ୍‌ ଫରମର ଉଚ୍ଚତା ବୃଦ୍ଧି ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପଠାଇବାକୁ ସ୍ଥିର କରାଯାଇଥିଲା ।
ଷ୍ଟେଟବ୍ୟାଙ୍କରେ ଜୀବନ ପ୍ରମାଣ ଆପ୍‌ ବ୍ୟବହାର କରାଯିବାକୁ ବ୍ୟାଙ୍କ ମ୍ୟାନେଜର ପାରଳାଖେମୁଣ୍ଡିଙ୍କୁ ଅନୁରୋଧ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଥିଲା ।
ଉକ୍ତ ବୈଠକରେ ଉପ-ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ହରିମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ରଘୁନାଥ ମହାରଣା, ସମୀକ୍ଷକ ଜଗଦୀଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାଶ, ଚିତ୍ତରଞ୍ଜନ ମିଶ୍ର, ଲବ ଜେନା, କୈଳାସ ଚନ୍ଦ୍ର ମହାକୁଡ, ସୁବାଷ ଚନ୍ଦ୍ର ରାଉତ, ଗଣପତି ପ୍ରଧାନ, କାମେଶ୍ୱର ବିଶ୍ୱାଳ, ସତ୍ୟବାଦୀ ପାତ୍ର, ସୂର୍ଯ୍ୟକାନ୍ତ ପଟ୍ଟନାୟକ ଆଦି ସଭ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment