୭୪ ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆନ୍ଧ୍ରବ୍ୟାଙ୍କ ନିଯୁକ୍ତି ତାଲିମ କେନ୍ଦ୍ରଠାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ତପନ କୁମାର ପଟ୍ଟନାୟକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ମହେଶ ଚୌଧୁରୀ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଉପ ଜିଲ୍ଲାପାଳ ଏଜେଣ୍ଡା ଉପରେ ଆଲୋକପାତ କରାଇ ଥିଲେ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଜିଲ୍ଲାପାଳ ଅନୁପମ ସାହା ସ୍ୱାଧୀନତା ଦିବସ ଉପରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଶିକ୍ଷା ଅନୁଷ୍ଠାନ ସାମାଜିକ ଦୂରତା ରକ୍ଷା କରି ପତାକା ଉତ୍ତୋଳନ କରାଯିବ ବୋଲି କହିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନଙ୍କର ଦକ୍ଷତାକୁ ନେଇ ସେମାନଙ୍କୁ ସମ୍ମାନୀତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନୀତ କରାଯିବ ସ୍ୱାଧୀନତା ଦିବସରେ ଯେଉଁମାନେ ପ୍ୟାରେଡ଼ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେମାନଙ୍କୁ ଦୁଇ ଦିନ ପୂର୍ବରୁ କରୋନା ପରୀକ୍ଷା କରାଯିବ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିମାନଙ୍କୁ ହିଁ ପଡିଆକୁ ଯିବାକୁ ଅନୁମତି ଦିଆଯିବ । ପରିଶେଷରେ ସହକାରୀ ଜିଲ୍ଲାପାଳ ନର୍ମଦା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment