ରେଡଜୋନ ମୁକ୍ତହେଲା ସମ୍ବଲପୁର


ସମ୍ବଲପୁର, ୯/୬- ଦୀର୍ଘ ଦିନ ପର୍ଯ୍ୟନ୍ତ କୋଭିଡ ଲାଲ ବଳୟ ଭିତରେ ରହିବା ପରେ ଗତକାଲି ସମ୍ବଲପୁର ଜିଲ୍ଲାକୂ ସେଥିରୁ ମୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ୩୦୫ ଜଣ ରୋଗମୁକ୍ତ ହେଲେ । ସରକାର ଙ୍କ ମାନଦଣ୍ଡ ଅନୁସାରେ କରୋନା ପଜିଟିଭ ଚିହ୍ନଟ ଙ୍କ ସଂଖ୍ୟା ଶହେ ରୁ ତଳକୁ ଖସିବା ପରେ ଏହି ଜିଲ୍ଲାକୁ ଗତକାଲି ଠୁଁ ରେଡଜୋନ ବଳୟ ବାହାରେ ସ୍ଥାନିତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ କି ଏପ୍ରିଲ ମାସରେ ସ୍ଥିତି ବେଶ ସୁଧୁରିବା ସହିତ ଏପ୍ରିଲ ୩୧ ତାରିଖରେ ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । କିନ୍ତୁ ଏହାପରେ କିଛି ଅମାନିଆଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଜିଲ୍ଲାର ସ୍ଥିତି ପୁଣି ବିପଦ ଆଡ଼କୁ ଚାଲିଗଲା ଓ ଦିନେ ତ କରୋନା ପଜିଟିଭ ଚିହ୍ନଟ ଙ୍କ ସଂଖ୍ୟା ୬୭୭ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହିପରି ସମ୍ପୂର୍ଣ୍ଣ ଏପ୍ରିଲ ମାସ ବିପଦ ସଙ୍କୁଳ ଅବସ୍ଥାରେ ରହିବା ପରେ ସେ ମାସରେ ସ୍ଥିତି କିଛି ସୁଧରିଛି ଓ ଗତକାଲି ଠାରୁ ଏହି ଜିଲ୍ଲାକୁ ରେଡଜୋନରୁ ସବୁଜ ବଳୟରେ ସ୍ଥାନ ମିଳିଛି ।

Comments (0)
Add Comment