ଶିକ୍ଷକଙ୍କ ଉଦାରତା

ଭଦ୍ରକ : ଲକଡାଉନ ସଟଡାଉନ ଦେଶ, ରାଜ୍ୟ ଓ ଜିଲ୍ଲାରେ ଅନେକ ହୋଇଗଲାଣି । ଏଥିରେ ବ୍ୟତିବ୍ୟସ୍ତ ହୋଇ ଶ୍ରମିକ ନିଜଘରକୁ ଫେରିବା ପାଇଁ ଆପଣେଇଛି ଅନେକ ଉପାୟ ।କେତେବେଳେ ନିର୍ଦ୍ଦୁମ ଖରା ତ ଅମ୍ଫାନ ଭଳି ବାତ୍ୟା କୁ ବେଖାତିର କରି ରାଜରାସ୍ତାରେ । ଏପରିସ୍ଥଳେ ଆଗକୁ ଆସିଛନ୍ତି ଅନେକ ସ୍ୱଛେସେବୀ ସଂଗଠନ ପୋଲିସ ଓ ପ୍ରଶାସନ, ତଥାପି ଅବସ୍ଥା ଅସମ୍ଭାଳ । ଏବେ ନଜରକୁ ଆସିଛି ଶିକ୍ଷକଙ୍କ ଉଦାରତା ଏନ.ଏଚ ୧୬ ରେ ଭଦ୍ରକ ଜିଲ୍ଲା ଦେଇ ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରତିଦିନ ଶହ ଶହ ଗାଡି ଯାଉଛି । ଖରା ହଉ କି ବର୍ଷା ଭୋକଉପାଷ ରେ ଟ୍ରକ ଉପରେ ବିପଦ ସଂକୂଳ ଅବସ୍ଥାରେ ଯାଉଛନ୍ତି । ଏଭଳି ସମୟରେ ସହାୟତାର ହାତ ବଢ଼ାଇ ଛନ୍ତି ଶିକ୍ଷାବିଦ ସୁଦେଶ କୁମାର ପରିଡା। ଛାତ୍ରମାନଙ୍କ ସହଯୋଗରେ ବାରିକପୁର ଛକ ନିକଟରେ ଏହି ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋଟଲ ପ୍ରଦାନ କରୁଛନ୍ତି ବୋଲି ଜଣାଯାଇଛି ।

Comments (0)
Add Comment