କଣ୍ଟାବାଞ୍ଜି :କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ନୀତି, ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳର ରାଜ୍ୟ ବ୍ୟାପୀ ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିବାଦ ସଭା ସ୍ଥାନୀୟ ଇନ୍ଦିରା ଛକରେ ଆୟୋଜନ ହୋଇଛି । ଡିଜେଲ, ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଯୋଗୁ ଦୈନିକ ବ୍ୟବହାର ଦ୍ରବ୍ୟ ବୃଦ୍ଧି ପାଇଥିବାରୁ ସାଧରଣ ଲୋକଙ୍କ ଜୀବନ ହନ୍ତସନ୍ତ ହୋଇଥିବାରୁ ତୈଳ କମ୍ପାନୀ ସହ ସଳାସୁତୁରା ନୀତି କମ କର ଭଳିଆ ନାରା ଦେଇଥିଲେ । ବିଜୁ ମହିଳା ରାଜ୍ୟ ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ସହ ସମ୍ପାଦିକା ପିଙ୍କି ଖରସେଲ, ଛାତ୍ର ସମ୍ପାଦିକା ସିମରନ କୌର, ମୁରିବାହାଲ ବ୍ଲକ ସଭାନେତ୍ରୀ ମିଥିଲା ମାଂଝି ସହ ଅନେକ ମହିଳା କେନ୍ଦ୍ର ସରକାର ଦର ବୃଦ୍ଧି ନୀତିକୁ ପ୍ରତିବାଦ କରି ଘୋର ବିରୋଧ କରିଥିଲେ ।