ବୌଦ୍ଧ,୬/୪ – ବହୁ ଦିନର ଆଶ୍ୱସ୍ତି ପରେ ଗତ ୪ ତାରିଖ ଦିନ ବୌଦ୍ଧ ଜିଲ୍ଲା ରେ ଜଣେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି l ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୌଦ୍ଧ ବ୍ଲକ ପ୍ରଶାସନ l ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଯୋଗୁଁ ଆଜି ବୌଦ୍ଧ ବିଡିଓ ମନୁପାଲି ଗ୍ରାମକୁ ଯାଇ ବ୍ୟାଙ୍କକୁ ସିଲ କରିବା ସହ ବ୍ୟାଙ୍କ ପରିସରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବ୍ୟାଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ଓ ଗ୍ରାହକ ମାନେ ପରୀକ୍ଷା କଲା ପରେ ସଂକ୍ରମଣ ଅଧିକ ହୋଇଛି ନା ନାହିଁ ଜଣା ପଡିବ |