ବିଭିନ୍ନ ଦୋକାନରୁ ପଲିଥିନ ଜବତ୍ ଓ ଜୋରିମାନା ଆଦାୟ

ବୌଦ୍ଧ,୪/୩ – ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ବୌଦ୍ଧ ମାର୍କେଟ ଅଂଚଳରେ ବେଆଇନ୍ ପଲିଥିନ ବିକ୍ରୟ ଓ ବ୍ୟବହାର ଉପରେ ଚଢାଉ ହୋଇଥିବା ଜଣା ପଡିଛି l ବୌଦ୍ଧ ଏନଏସି ର ବରିଷ୍ଠ କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ରତିକାନ୍ତ ମହାପାତ୍ର, ସୁମନ୍ତ ପ୍ରଧାନ, ଭାଗିରଥୀ କର୍ଣ୍ଣ ଓ ବୌଦ୍ଧ ଥାନା ପି.ସି.ଆର. କର୍ମଚାରୀଙ୍କର ମିଳିତ ତତ୍ୱାବଧାନରେ ସହରର 30 ଗୋଟି ଦୋକାନକୁ ଯାଞ୍ଚ କରା ଯାଇଥିଲା l ତନ୍ମଧ୍ୟରୁ 6 ଗୋଟି ଦୋକାନରୁ 2. 730 କିଲୋଗ୍ରାମ ପଲିଥିନ ଜବତ୍ କରାଯାଇ 2300 ଟଂକା ଜରିମାନା ଆଦାୟ କରାଯାଇଛି | ଆଜି ଠାରୁ ମାର୍ଚ୍ଚ 31 ତାରିଖ ଯାଏଁ ସହରର ବିଭିନ୍ନ ଦୋକାନ ଯାଞ୍ଚ କରାଯାଇ ପଲିଥିନ ବିକ୍ରେତା ଓ ବ୍ୟବହାରକାରୀ ଦୋକାନିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

Comments (0)
Add Comment