ହୃଷିକେଶ ପ୍ରଧାନ ଗ୍ଲୋବାଲ ୟଙ୍ଗ୍ ପିସ୍ ଚମ୍ପିୟାନସ୍ ଆୱାର୍ଡ଼ ସମ୍ମାନିତ


ଫୁଲବାଣୀ,୧୬/୩ – ଦିଲ୍ଲୀ ନିକଟସ୍ଥ ମହାରାଷ୍ଟ୍ର ସଦନଠାରେ ଗ୍ଲୋବାଲ ୟୁଥ୍ ପିସ୍ କମିଟିର ୧୫ ମାର୍ଚ୍ଚରେ ଗ୍ଲୋବାଲ ୟୁଥ୍ ପିସ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମଦାସ ଅଥାୱଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ସଂସଦ ସୁନିତା ସିଂ, ଭୁକ ରାମଜୀ ( ଜାତୀୟ କମିଶନ ଚ୍ୟାରମେନ ଭାରତ ସରକାର), ମେଜର ଜେନେରାଲ ଦିଲାୱର ସିଂ ( ପ୍ରତିଷ୍ଠାତା ନେହେରୁ ଯୁବ କେନ୍ଦ୍ର ଭାରତ ସରକାର), ଡ଼ଃ. ସଞ୍ଜିବ ପାଟଜଶୀ ( ଜଏଣ୍ଟ ସେକ୍ରେଟାରୀ ଭାରତ ସରକାର), ଉଦୟ ଶଙ୍କର ସିଂ ( ଚିଫ୍ କଣ୍ଟ୍ରୋଲର ବିଶ୍ବ ଯୁବକ କେନ୍ଦ୍ର, ଦିଲ୍ଲୀ), ଜସବିର୍ ସିଂ ରାଜପୁତ ( ଡିଷ୍ଟ୍ରିକ୍ଟ୍ କାଉନସିଲର ଜାମୁ ଓ କାଶ୍ମୀର), ଶ୍ରୀ ବ୍ରଜ ଶ୍ରୀ ବାସ୍ତବ ( ଅଧ୍ୟକ୍ଷ, ଗ୍ଲୋବାଲ ୟୁଥ୍ ପିସ୍ କମିଟି) ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତ ସମେତ ଅନ୍ୟ ଦେଶର ୟୋଙ୍ଗ ଚମ୍ପିୟାନସ୍ ଯୋଗ ଦେଇଥିଲେ। ସମୁଦାୟ ୧୨ ଜଣଙ୍କୁ ଗ୍ଲୋବାଲ ୟୋଙ୍ଗ୍ ପିସ୍ ଚମ୍ପିୟାନସ୍ ଆୱାର୍ଡ଼ ସମ୍ମାନିତ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶା ରାଜ୍ୟରୁ ଏକମାତ୍ର ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ବିଶ୍ଵର ଶାନ୍ତି, ଶିକ୍ଷା ଓ ବୈଷୟିକ ଜ୍ଞାନ ପାଇଁ ଗ୍ଲୋବାଲ ୟୁଥ୍ ପିସ୍ କମିଟି ତରଫରୁ ଚୟନ କରିବା ସହିତ ସମ୍ମାନିତ କରାଯାଇଛି। କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମୟରେ ଯୁବକ ଯୁବତୀ ମାନଙ୍କୁ ନେଇ ପାରିବାରିକ ଅଶାନ୍ତି, ସାମାଜିକ ଅଶାନ୍ତିକୁ ଦୂର କରିବା ଏବଂ ଶିଶୁ ଶିକ୍ଷା ସମେତ କନ୍ଧମାଳରେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ଦିଗରେ ଯୁବକ ଯୁବତୀ ମାନଙ୍କ ସହ ମିଳିତ ଭାବେ ଉଦ୍ୟମ କରୁଥିବାରୁ ଏହି ପ୍ରମାଣପତ୍ର ସମ୍ମାନ ସମ୍ମାନିତ କରାଯାଇଛି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଯେଉଁଭଳି ଭାବେ କୈାଣସି ସାମାଜିକ ଅଶାନ୍ତି ପ୍ରିତିକର ଘଟଣା ନ ହୁଏ ସେଥିପ୍ରତି ଯୁବକ ଯୁବତୀ ମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ସବୁବେଳେ ସମାଜର କିମ୍ବା ଗାଁର ଯୁବକ ଯୁବତୀ ହିସାବରେ ଅଶାନ୍ତିକୁ ରୋକିବା ଉଦ୍ଦେଶ୍ୟ ନେଇ ଶପଥଗ୍ରହଣ କରିବାର ଆବଶ୍ୟକତା ରହିଛି। ତତସହିତ ତୃଣମୂଳ ସ୍ତରରେ ଶିକ୍ଷା କ୍ଷେତ୍ରରେ ଶିଶୁ ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ଆବଶ୍ୟକ ରହିଛି।

Comments (0)
Add Comment