ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ


ଜହ୍ନାପଙ୍କ,୨୪/୪ – ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ଲହର ଦ୍ରୁତ ବେଗରେ ବଢିଚାଲିଥିବାବେଳେ ପ୍ରବାସୀ ଓଡିଆଙ୍କ ଘର ବାହୁଡ଼ା ପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଜି ବୌଦ୍ଧ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଟିଏମସି କେନ୍ଦ୍ର କୁ ପରିଦର୍ଶନରେ ଆସି କେନ୍ଦ୍ରକୁ ବୁଲିଦେଖିଥିଲେ।କେନ୍ଦ୍ରକୁ ପରିଷ୍କାର ରଖିବା ସହ, ଶୌଚାଳୟ ଓ ପାଣି ବ୍ୟବସ୍ଥା ଠିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିଦର୍ଶନ ଟିମରେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ, ଆର୍କିଟେକ ସୁମନ ଷଡଙ୍ଗୀ ,କନିଷ୍ଠ ଯନ୍ତ୍ରୀ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments (0)
Add Comment