ଦଣ୍ଡ ଉଠିବା ପ୍ରସଂଗ : ଗଞ୍ଜାମରେ ହଁ, ହେଲେ ବୌଦ୍ଧରେ ନା

ବୌଦ୍ଧ,୧୮/୩ – କୋଭିଡ ବ୍ୟାପିବା ଆଶଙ୍କାରେ ଦଣ୍ଡ ଯାତ୍ରା ଆୟୋଜନକୁ ବାରଣ କରିଛନ୍ତି ଜିଲ୍ଲାପାଳ l ଆଜି ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଆଦେଶ ଜାରୀ କରିଛନ୍ତି | ଗତ 12 ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତାଙ୍କ ଜିଲ୍ଲାରେ କୋଭିଡ ମାର୍ଗଦର୍ଶୀକା ପାଳନ କରି ସ୍ଥାନୀୟ କଳାକାର ମାନଂକୁ ନେଇ ଦଣ୍ଡ ଯାତ୍ରା ହୋଇ ପାରିବ ବୋଲି ଆଦେଶ ଦେଇଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ଗାଆଁ କୁ ଗାଆଁ ଯାଇ ଦଣ୍ଡ ଯାତ୍ରା ପାଳନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି | କେବଳ 200 ଜଣ ଲୋକ ଭିତରେ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ରହିଥିବା ବେଳେ ମନ୍ଦିର କିମ୍ବା ଧର୍ମାନୁଷ୍ଠାନ ଭିତରେ 10 ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ପ୍ରତିବନ୍ଧକ ଲଗାଯାଇଛି | କୋଭିଡ୍ କଟକଣା ଓ ଲକ ଡାଉନ ଯୋଗୁଁ ଗତ ବର୍ଷ ଜିଲ୍ଲାରେ ଦଣ୍ଡଯାତ୍ରା ଆୟୋଜନ ହୋଇପାରିନଥିଲା | ଚଳିତବର୍ଷ ମଧ୍ୟ ଦଣ୍ଡ ଯାତ୍ରା ହେବ କି ନହେବ ସେଥିପାଇଁ ଦ୍ୱନ୍ଦ ରହୁଥିବା ବେଳେ ଜିଲ୍ଲାପାଳଙ୍କ ଆଜିର ଆଦେଶ ଦଣ୍ଡ ଯାତ୍ରା ବନ୍ଦ ହେବା ନେଇ ସ୍ପଷ୍ଟ କରିଛି |

Comments (0)
Add Comment