ଭୁବନେଶ୍ୱର,୨୨/୪(ହୀ.ପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ବର୍ତ୍ତମାନ କୋଭିଡ୍ ଯୁଦ୍ଧଭଳି ସ୍ଥିତି ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ ଜାତୀୟସ୍ତରରେ କୋଭିଡ୍ ମୁକାବିଲା ପାଇଁ ଓଡିଶାର ସହଯୋଗ ରହିବ ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଅକ୍ସିଜେନ୍ ଅଭାବ ପୂରଣ କ୍ଷେତ୍ରରେ ଓଡିଶା ସହଯୋଗ କରିବ ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱସନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲିଥିବା ବେଳେ ଏହି ତୀରୋଟ ବେଳରେ ଅମ୍ଳଜାନର ଅଭାବ ଦେଖାଯାଇଛି । ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁବରଣ କରୁଥିବା ଖବର ଆସୁଥିବା ଜଣାପଡିବା ପରେ ଓଡିଶା ଏଦିଗରେ ଦେଶକୁ ସହଯୋଗର ହାତ ବଢାଇଛି । ଏହା ନବୀନଙ୍କର ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ସାରା ଦେଶରେ ପ୍ରଶଂସା କରାଯାଇଛି ।