କରୋନା ସଙ୍କ୍ରମଣ କବଳରେ ସୁବର୍ଣ୍ଣପୁର ଜିଲ୍ଲା

ସୋନପୁର – କରୋନା ସଙ୍କ୍ରମଣ ରେ ପଶ୍ଚିମ ଓଡିଶାର ଏକମାତ୍ର ବାଦପଡିଥିବା ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ଆଜି ପ୍ରଥମ କରି ଜଣେ ସଙ୍କ୍ରମିତ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହା ସ୍ପଷ୍ଟ କରିଛନ୍ତି। ସଙ୍କ୍ରମିତ ଜଣକ ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଅଞ୍ଚଳର ବୋଲି ଜଣାପଡିଛି।ତାଙ୍କର ବୟସ ୨୬ ବର୍ଷ ଓ ସେ ଗୁଜରାଟ ର ଅହମ୍ମଦାବାଦ ରେ ଶ୍ରମିକ ଭାବେ କାମକରି ଗତ ୧୭ତାରିଖରେ ଚାଲିଆସି ସ୍ଥାନୀୟ ଜଗନ୍ନାଥ ହାଇସ୍କୁଲ ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କ୍ୱ।ରେଣ୍ଟାଇନ୍ ରେ ଥିଲେ। ଉକ୍ତ କେନ୍ଦ୍ର ରେ ମୋଟ ୭୪ଜଣ ପ୍ରବାସୀ ରହିଥିଲେ।ତାଙ୍କର କିଛି ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସମେତ ୨୦ଜଣଙ୍କ ସ୍ୱ।ବ୍ ସଂଗ୍ରହ ହୋଇଥିଲା ତେବେ ଆଜି ଅନ୍ୟମାନଙ୍କ ସ୍ୱ।ବ୍ ସଂଗ୍ରହ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ, ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ କେନ୍ଦ୍ର ବର୍ତ୍ତମାନ କୁ ସିଲ୍ କରାଯାଇଥିବା ଜଣାପଡିଛି।

Comments (0)
Add Comment