ବାଲିଗୁଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ହେଲେ ଆଜିବି ଜିଲ୍ଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଅପହଁଚ ହୋଇପଡ଼ୁଛି ଅଞ୍ଚଳବାସୀଙ୍କ ପାଇଁ । ବାଲିଗୁଡ଼ା ବ୍ଲକ୍ ବାଟାଗୁଡ଼ା ଗ୍ରାମ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ । ୫୯ ନଂ ଜାତୀୟ ରାଜପଥରୁ ମାତ୍ର ୧୧ କିଲୋମିଟର ମଧ୍ୟରେ ରହିଛି ସବାରକିଆ,ଡୁକଲାମିଲା,ଗଙ୍ଗ?ରୀ,ଟଙ୍ଗମ,ପାଜିମାହା ଭଳି ୮ଟି ଗାଁ । ଅଭିଶପ୍ତ ଜୀବନ ଜିଉଁଛନ୍ତି ଏହି ଅଞ୍ଚଳବାସୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ମଧ୍ୟ ଏଯାଏଁ ଏହି ଅଞ୍ଚଳକୁ ଭଲ ରାସ୍ତାଟିଏ ହୋଇପାରିନାହିଁ । ଫଳରେ ୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ରାସ୍ତା ଅଭାବ ଯୋଗୁଁ ଗାଁ କୁ ଗାଡ଼ି ମୋଟର ଆସିପାରୁନାହିଁ, ଫଳରେ ଅଧିକ ପାଠ ପଢ଼ିବାପାଇଁ ବାହାରକୁ ପିଲାମାନେ ଯାଇପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ବାରମ୍ବାର ଅଭିଯୋଗ ପରେ ସମସ୍ୟା ନସୁଧୁରିବାରୁ ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଏହି ଅଞ୍ଚଳବାସୀ । ତଥାପି ଯଥା ପୂର୍ବଂ ତଥା ପରଂ ।