ଅଙ୍କାବଙ୍କା ଖାଲି ଖମା ପାହାଡ଼ିଆ ରାସ୍ତାଦେଇ ୈନନ୍ଦିନ କାମରେ ଚାଲିଚାଲି ଯିବାଆସିବା କରୁଛନ୍ତି ଏହି ଅଞ୍ଚଳବାସୀ । ରାସ୍ତା ଭଲ ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ପହଁଚି ପାରୁନାହିଁ । ଫଳରେ ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କ ସମେତ ରୋଗୀଙ୍କୁ ଭାରତରେ ବୋହି ନେବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ରାସ୍ତାଘାଟରେ ମଧ୍ୟ ପ୍ରସୂତୀ ସନ୍ତାନ ପ୍ରସବ କରିଥିବାର ନଜିର୍ ରହିଛି । ବର୍ତ୍ତମାନ ବର୍ଷାଦିନେ ଆସିଲାଣି । ସେପଟେ ରାସ୍ତାର ଅବସ୍ଥା ଶୋଚନୀୟ । ଟିକେ ବର୍ଷା ହେଲେ ଏହି ରାସ୍ତାରେ ଚାଲିବା ମୁସ୍କିଲ ହୋଇପଡ଼ୁଛି । ଯଥାଶୀଘ୍ର ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାନଗଲେ ରାଜ ରାସ୍ତାକୁ ଓହ୍ଲାଇବାସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସେପଟେ ଏନେଇ ବାଟାଗୁଡ଼ା ସରପଞ୍ଚ ମେନକା ମଲ୍ଲିକ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇ ଆସିଛନ୍ତି । କିନ୍ତୁ ଏଯାବତ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ସରପଞ୍ଚ ।
Pages: Page 1, Page 2, Page 3