ଆସୁଛି ବାତ୍ୟା : ଓଡିଶାରେ ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦାନ ବାନ୍ଧୁଥିବା ବାତ୍ୟା ଓଡିଶା ପ୍ରତି କି ପ୍ରଭାବ ପକାଇବ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଆଣ୍ଡାମାନ ସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ । ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ଉପରେ ଏହାର ପ୍ରଭାବ ରହିବ ନାହିଁ । ଏଣୁ ଓଡିଶା ପ୍ରତି ସୃଷ୍ଟ ଲଘୁଚାପରୁ ବାତ୍ୟା ବିପଦ ସୃଷ୍ଟି କରିବ କି ନା ତାହା ନେି ଏବେଠାରୁ ପୂର୍ବାନୁମାନ କରାଯାଇପାରୁନାହିଁ । ଆକଳନ ଅନୁଯାୟୀ ଆଣ୍ଡାମାନ ସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ୧୫ ତାରିଖ ସୁଦ୍ଧା ଏହାର ଅବପାତର ରୂପ ନେବ । ୧୬ ତାରିଖ ସଂଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପରେ ଏହା ସାଇକ୍ଲୋନିକ ଷ୍ଟ୍ରୋମ୍‌ର ରୂପ ନେବ ଏବଂ ପରେ ଏହାର ଘନିଭୂତ ହୋଇ ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ପରେ ଗତି ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବ । ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ ତାହାର ଗତିବିଧି ଉପରେ ଏବେ ସ୍ପଷ୍ଟ ଧାରଣା ଆସୁନାହିଁ । ବାତ୍ୟା ଅଧିକ ଘନିଭୂତ ହେଲେ ଯାଇ ଏହା ଆକାଳନ କରାଯାଇପାରିବ । ଏଣୁ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡିଶା ଉପରେ ରହିନପାରେ । ୧୬ ତାରିଖ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏଣୁ ୧୫ ତାରିଖରୁ ମତ୍ସ୍ୟଜିବୀମାନେ ଅଶାନ୍ତ ସମୁଦ୍ର ମଧ୍ୟକୁ ନ ଆସିବାକୁ ପରାମର୍ଶ ଦେଇଥିବା ବେଳେ ଯେଉଁମାନେ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ମଧ୍ୟ ଆଜି ଫେରିଆସିବା ପାଇଁ ସେ ସତର୍କ କରାଇଛନ୍ତି ।

Comments (0)
Add Comment