ପିତା ମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ଶିଶୁ ପାଖରେ ପହଂଚିଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ହରଭଙ୍ଗା ବ୍ଲକ୍‌ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ତିନି ବିଲା ଅସହାୟ ହୋଇପଡିଥିଲେ । ଏହି ତିନି ଅସହାୟ ଶିଶୁଙ୍କ ପାଖରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ନେତୃତ୍ୱ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ମଙ୍ଗଳ ସମିତିର ସଦସ୍ୟା ଶ୍ରୀମତୀ ପ୍ରଣୟନୀ ଲେଙ୍କା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ କର୍ମଚାରୀ ରାଜେନ୍ଦ୍ର ମଲିକ ଏବଂ ସହଦେବ ନାୟକ ପହଞ୍ôଚ ଶିଶୁ ଏବଂ ଅନ୍ୟାନ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ଶିଶୁଙ୍କ ମାଁ ଗତ ତିନି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ଗତ ମଙ୍ଗଳବାର ଦିନ ପିତା ଙ୍କ ଦେହାନ୍ତ ହୋଇଅଛି । ତିନି ଶିଶୁ ବର୍ତ୍ତମାନ ମାମୁଁ ଘର ଅଜାଆଈଙ୍କ ତତ୍ତ୍ୱାବଧାନରେ ରହୁଛନ୍ତି । ସମସ୍ତ ଆଲୋଚନା ପରେ ଉକ୍ତ ଶିଶୁ ମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପରିବାରକୁ ଏଲ୍‌କେବିକେ ସରସରା ସଂସ୍ଥା ଦ୍ୱାରା ଶୁଖିଲା ଖାଦ୍ୟ ଓ ରାସନ ପ୍ରଦାନ କରାଗଲା । ତତ୍‌ ସତ୍ତେ୍ୱ ଶିଶୁ ମଙ୍ଗଳେ ସମିତି ତରଫରୁ ୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଗଲା ।

Comments (0)
Add Comment