ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡରୁ ୪, ଗଞ୍ଜାମ, ପୁରୀରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବରଗଡ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୭୩ଜଣ, ବରଗଡ଼ ଜିଲ୍ଲାରୁ ୯୯ଜଣ, ଭଦ୍ରକ ଜିଲ୍ଲାରୁ ୩୭୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୭୩ଜଣ, କଟକ ଜିଲ୍ଲାରୁ ୩୪୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୦୬ଜଣ, ଗଜପତି ଜିଲ୍ଲାରୁ ୪୪ଜଣ, ଗଞ୍ଜାମ ଜିଲ୍ଲାରୁ ୩୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୪୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୩ଜଣ, କନ୍ଧମାଳ ଜିଲ୍ଲାରୁ ୬୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୩୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୩୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୩ଜଣ, କୋରାପୁଟ ଜିଲ୍ଲାରୁ ୧୨୯ଜଣ, ମାଲକାନଗିରି ଜିଲ୍ଲାରୁ ୧୧୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୬୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୭୪ଜଣ, ନୟାଗଡ଼ ଜିଲ୍ଲାରୁ ୧୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୩୭ଜଣ, ପୁରୀ ଜିଲ୍ଲାରୁ ୨୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୬ଜଣ, ସମ୍ବଲପୁର ଜିଲ୍ଲାରୁ ୯୨ଜଣ, ସୋନପୁର ଜିଲ୍ଲାରୁ ୭୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩ଜଣ, ଷ୍ଟେଟ୍ ପୁଲ୍ରୁ ୧୪୫ଜଣ ରହିଛନ୍ତି ।