ପୁରୀ ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର, ଗୁରୁକୂଳ, ଆଶ୍ରମ, ମଠ ମଧ୍ୟକୁ ପର୍ଯ୍ୟଟକ ଓ ଭକ୍ତ ପ୍ରବେଶ କରିପାରିବେ । କରୋନା ମହାମାରୀ ଦୃଷ୍ଟିରୁ ପୂର୍ବରୁ କଟକଣା ଲାଗୁ କରାଯାଇଥିଲା । କେବଳ ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ପୂର୍ବରୁ ଜାରି କଟକଣା ବଳବତ୍ତର ରହିବ । କୌଣସି ଭକ୍ତ ପ୍ରସାଦ କିମ୍ବା ଭୋଗ ଅର୍ପଣ କରିପାରିବେ ନାହିଁ । ପୁରୀ ସହର ବ୍ୟତୀତ ଜିଲ୍ଲାର ସମସ୍ତ ସ୍ଥାନକୁ ପର୍ଯ୍ୟଟକ ଓ ଭକ୍ତ ମାନଙ୍କୁ ପ୍ରତ୍ୟେକ ଦିନ ସକାଳ ୬ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରବେଶାନୁମତି ମିଳିବ । ମାତ୍ର ପୁରୀ ସହରରେ ଶନିବାର ଓ ରବିବାର ଦିନ ସପ୍ତାହନ୍ତ ସଟଡାଉନ ଯାରି ରହିବ । ସେହିଭଳି କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ସବୁଦିନ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତ୍ୱ ରକ୍ଷା, ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଏପରିକି ଉକ୍ତ ସ୍ଥାନ ଗୁଡିକରେ ଛେପ ପକାଇବା ଉପରେ ମଧ୍ୟ ପୂର୍ବ କଟକଣା କଡାକଡି କରାଯାଇଛି । ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି, ୧୦ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା, କର୍କଟ ଓ ମଧୁମେହ ଥିବା ବ୍ୟକ୍ତି ଉକ୍ତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଦୈନିକ ଓ ସାପ୍ତହିକ ହାଟ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି

Comments (0)
Add Comment