ଶ୍ରୀଶ୍ରୀ ନିଗମାନନ୍ଦ ବିଭାଗୀୟ ଆଶ୍ରମକୁ ଅଣଦେଖା କରୁଛି ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର : ଫନିକୁ ବର୍ଷଟିଏ ପୂରଣ ହେଲାଣି । ଫନିର ଉଜୁଡ଼ା କ୍ଷୟକ୍ଷତିକୁ ରାଜ୍ୟ ସରକାର ଭରଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ପୀଠର ବିକାଶ ପାଇଁ ସରକାର ସାହାଯ୍ୟର ହାତ ବଢ଼ାଇଲେ । ହେଲେ ଏହା ପାଖକୁ ଲାଗି ରହିଥିବା ମାଉସୀମା’ ମନ୍ଦିର ପାଶ୍ୱର୍ ଠାକୁର ଶ୍ରୀଶ୍ରୀ ନିଗମାନନ୍ଦ ବିଭାଗୀୟ ସାରସ୍ୱତ ଆଶ୍ରମ ପ୍ରତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେଉନାହିଁ । ନଅ ମାସ ତଳେ ଆଶ୍ରମ କର୍ତ୍ତୃପକ୍ଷ ଶ୍ରଦ୍ଧାନନ୍ଦ ମହାରାଜ ଏହା ଉପରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଚିଠି କରିଥିଲେ । ତେବେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ବୋଲି ଆଶ୍ରମର ମହାରାଜ କହିଛନ୍ତି ।

Comments (0)
Add Comment